ଜଟଣୀରେ ଭଷାଣ ବେଳେ ଅଘଟଣ; ଘର ତାଜା ଭାଙ୍ଗି ୧ ମୃତ, ୧୧ ଆହତ

Sep 27, 2026 - 08:12
ଜଟଣୀରେ ଭଷାଣ ବେଳେ ଅଘଟଣ; ଘର ତାଜା ଭାଙ୍ଗି ୧ ମୃତ, ୧୧ ଆହତ

ନନ୍ଦିଘୋଷ ବ୍ୟୁରୋ : ଜଟଣୀରେ ସମୂହ ଭଷାଣରେ ଅଘଟଣ। ଡିଜେର ଅତ୍ୟଧିକ ଧ୍ବନୀରେ ଘର ତାଜା ଭାଙ୍ଗିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୧୧ ଜଣ ଆହତ ହୋଇଥିବା ବେଳେ, ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଭଷାଣକୁ ଆସିଥିବା ରାଜ୍ୟର ବିଭିନ୍ନ ନାମୀ ଦାମୀ ଡିଜେର ଅତ୍ୟଧିକ ଧ୍ୱନିରେ ଭାଙ୍ଗିଥିଲା ଘର ତାଜା। ଫଳରେ ଭଷାଣ ଦେଖିବାକୁ ଆସିଥିବା ଦର୍ଶକଙ୍କ ଉପରେ ପଡିଥିଲା ଭାଙ୍ଗି ପଡ଼ିଥିବା ତାଜା। ଯାହାଦ୍ୱାରା ୭ ଜଣ ଗୁରୁତର ଆହାତ ହୋଇ ପ୍ରଥମେ ରେଲୱେ ହସ୍ପିଟାଲକୁ ଯାଇଥିଲେ। ପରେ ଭୁବନେଶ୍ୱର କ୍ୟପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଗୁରୁତର ଥିବା ୭ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ପୂର୍ବରୁ ପୂଜା ପ୍ରସ୍ତୁତି ବୈଠକରେ ଅତ୍ୟଧିକ ଧ୍ୱନି ଓ କମ୍ପନ କରୁଥିବା ଡିଜେକୁ ବାରଣ କରାଯାଇଥିଲେ ସୁବିଧା କିଭଳି ଭଷାଣରେ ଅତ୍ୟଧିକ ଧ୍ୱନି ଏବଂ କମ୍ପନ କରୁଥିବା ଡିଜେ ବାଜୁଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।