ଭଦ୍ରକ ବାସୁଦେବପୁର ବ୍ଲକରେ ପଞ୍ଚମ ବନ୍ୟାର ତାଣ୍ଡବ
ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ବାସୁଦେବପୁର ବ୍ଲକରେ ପଞ୍ଚମ ବନ୍ୟାର ତାଣ୍ଡବ । ତଳିଆ ଅଞ୍ଚଳରେ ଘରେ ପଶିଛି ବନ୍ୟା ପାଣି । ଚାଷ ଜମିରେ ଲହଡି ମାରୁଛି ପାଣି। ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତର ରତାଙ୍ଗ, ବରଣ୍ଡୁଆ ଓ ଅଢୁଆଁ ପଞ୍ଚାୟତର ଗାଁ ପ୍ରଭାବିତ । ସୁଦର୍ଶନପୁର ପଞ୍ଚାୟତର ସୁଆଁ , ସୁଦର୍ଶନପୁର, ମିରିଗା ଗାଁ ପାଣି ଘେରରେ ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ବୋଟରେ କୋଡିଏରୁ ଉର୍ଦ୍ଧ୍ବ ପରିବାରଙ୍କୁ ଉଦ୍ଧାର କରି ଅଢୁଆଁ ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି । ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ସ୍ବାସ୍ଥ୍ୟବିଭାଗର ଟିମ୍ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ… ।ଗଡୁଛି ଉପର ମୁଣ୍ଡର ବନ୍ୟା ପାଣି । ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି । ଚୁଲି ଉପରେ ଲହରୀ ଭାଙ୍ଗୁଛି ବନ୍ୟା ପାଣି । ସୁ ସୁ ହୋଇ ମାଡି ଆସୁଛି ବନ୍ୟା ପାଣି । ଅଢୁଆଁ ପଞ୍ଚାୟତର କୋଡିଏରୁ ଉର୍ଦ୍ଧ୍ବ ପରିବାରକୁ ଉଦ୍ଧାର କରି ଅଢୁଆଁ ବାତ୍ୟା ଆଶ୍ରୟସ୍ଥଳୀର ଥଇଥାନ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।