ମାଟି ଦୀପରେ ଝଲସିବ ଦୀପାବଳି, ଦେଉଳି ଗାଁରେ କାରିଗରଙ୍କ ବ୍ୟସ୍ତତା

Nov 04, 2026 - 18:12
ମାଟି ଦୀପରେ ଝଲସିବ ଦୀପାବଳି, ଦେଉଳି ଗାଁରେ କାରିଗରଙ୍କ ବ୍ୟସ୍ତତା

ନନ୍ଦିଘୋଷ ବ୍ୟୁରୋ: ଆସୁଛି ଆଲୋକର ପର୍ବ ଦୀପାବଳି । ଆତଶବାଜିରେ କମ୍ପିବ ପରିବେଶ । ଦୀପରେ ସଜେଇ ହେବ ଘର ଅଗଣା । ଦୀପାବଳିକୁ ଦୀପମୟ କରିବାକୁ ଦିନରାତି ଏକ କରି ଦୀପ ଗଢୁଛନ୍ତି କାରିଗର । ଚଳଚଞ୍ଚଳ ହୋଇ ଉଠିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦେଉଳି ଗାଁର କୁମ୍ଭକାର ପରିବାର । ଦିନକୁ ଜଣେ ଜଣେ କାରିଗର ପ୍ରସ୍ତୁତ କରୁଛନ୍ତି ୫୦୦ରୁ ଅଧିକ ଛୋଟ ବଡ଼ ମାଟି ଦୀପ । ୫୦ ପଇସାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନର ଦୀପ ତିଆରି ହେଉଛି ।

ଦେଉଳି ଗାଁର ଦୀପ ଖୋର୍ଦ୍ଧା, ବୋଲଗଡ଼, ଭୁବନେଶ୍ୱର, ନୟାଗଡ଼,କଟକ ସମେତ ପୁରୀକୁ ଯୋଗାଣ ହେଉଛି । ଆଧୁନିକ ଲାଇଟ ଓ ମହମବତୀର ଚାହିଦା ଭିତରେ ମାଟି ଦୀପ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବା କୁମ୍ଭକାରଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି । ଦୀପାବଳିରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି । ତଥାପି କଞ୍ଚାମାଲର ଦରବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କାରିଗର ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।