ମାଡ଼ି ଆସୁଛି ଏଲ୍ ନିନୋ
ନନ୍ଦିଘୋଷ ବ୍ୟୁରୋ : ମାଡ଼ି ଆସୁଛି ଏଲ୍ ନିନୋ । ଶକ୍ତିଶାଳୀ ଏଲ୍ ନିନୋ ନେଇ ଭାରତକୁ କଡ଼ା ଚେତାବନୀ । ଚେତାବନୀ ଦେଲେ ୧୮୦ରୁ ଅଧିକ ପାଣିପାଗ ବିଜ୍ଞାନୀ । ସମୟ ପୂର୍ବରୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି । ଆଗାମୀ କିଛି ମାସରେ ପ୍ରଳୟ ଭଳି ସ୍ଥିତି ଉପୁଜିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି ।
ଶକ୍ତିଶାଳୀ ଏଲ ନିନୋ ପ୍ରଭାବରେ ପ୍ରବଳ ଗରମ, କମ ବର୍ଷା, ଜଙ୍ଗଲ, ଜମି, ସମୁଦ୍ର, ପ୍ରାଣୀଜଗତ ଉପରେ ଗଭୀର ପ୍ରଭାବ ପଡ଼ିବା ଆଶଂକା ଦେଖାଦେଇଛି । WMOର ଆକଳନ ଅନୁସାରେ, ଏଲ୍ନିନୋ ବର୍ଷା ଓ ତାପମାତ୍ରାର ଧାରାକୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବଦଳାଇପାରେ । ତେବେ ଏଲ୍ନିନୋର ଶକ୍ତି ଯେତେ ଅଧିକ, ପ୍ରତ୍ୟେକ ଅଞ୍ଚଳରେ ପ୍ରଭାବ ସେତେ ଅଧିକ ହେବ । ଏଭଳି ସିଧାସଳଖ ସମ୍ପର୍କ ନାହିଁ ବୋଲି WMO ସ୍ପଷ୍ଟ କରିଛି । ତେଣୁ ପରିବେଶରେ ହେଉଥିବା ପରିବର୍ତ୍ତନକୁ ନଜରରେ ରଖିବା ସହ ତଥ୍ୟ ସଂଗ୍ରହ ଓ ଦସ୍ତାବିଜଭୁକ୍ତ କରିବା ଉପରେ ବୈଜ୍ଞାନିକମାନେ ଗୁରୁତ୍ୱ ଦେଇଛନ୍ତି ।….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।