ରିୟାଦ ଏୟାରପୋର୍ଟରେ ହୁତିଙ୍କ ଆକ୍ରମଣ, ଗଲା ୧୨ ଜୀବନ
ରିୟାଦ ଏୟାରପୋର୍ଟରେ ହୁତିଙ୍କ ଆକ୍ରମଣ, ଗଲା ୧୨ ଜୀବନ
ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ବିସ୍ଫୋରଣରେ ଥରିଲା ରିୟାଦ। ହୁତିଙ୍କ ଆକ୍ରମଣରେ ଥରହର ସାଉଦି ରାଜଧାନୀ। ରିୟାଦ ଏୟାରପୋର୍ଟରେ ହୁତିଙ୍କ ଆକ୍ରମଣ ପରେ ଏହାକୁ ଖାଲି କରାଯିବା ସହ ଫ୍ଲାଇଟ୍ ଚଳାଚଳକୁ ବନ୍ଦ କରାଯାଇଛି ।
ସୂଚନା ଅନୁଯାୟୀ, ମିସାଇଲ ମାଡ଼ରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବା ସାଉଦି ବିମାନ ଚଳାଚଳ ଅଧିକାରୀମାନେ ସୂଚନା ଦେଇଛନ୍ତି । କ୍ଷେପଣାସ୍ତ୍ରଟି ବିମାନବନ୍ଦରର ଟର୍ମିନାଲ ୩ ଓ ୪ ଉପରେ ମାଡ଼ ହୋଇଥିଲା । ଏଠାରୁ ସାଧାରଣତଃ ଘରୋଇ ବିମାନ ଚଳାଚଳ କରେ । ମୃତକଙ୍କ ମଧ୍ୟରେ ୪ ଜଣ ସାଉଦି ନାଗରିକ, ଦୁଇ ଜଣ ବାଂଲାଦେଶୀ ଓ ଆମେରିକା, ସିରିଆ, ସୁଦାନ, ପାଲେଷ୍ଟାଇନ୍, ମିଶର, ଜୋର୍ଡାନର ଜଣେ ଲେଖାଏଁ ନାଗରିକ ଥିବା କୁହାଯାଉଛି । ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ଏୟାର ଇଣ୍ତିଆ ପକ୍ଷରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରିୟାଦକୁ ବିମାନ ଉଡ଼ାଣ ବାତିଲ କରାଯାଇଛି । ୟେମେନର ଇରାନ୍ ସମର୍ଥିତ ହୁତି ଆତଙ୍କବାଦୀଙ୍କ ପକ୍ଷରୁ ସାଉଦି ଆରବ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଥିବାବେଳେ ଏହି ଘଟଣା ଘଟିଛି ।
ଚଳିତ ସପ୍ତାହର ରିୟାଦ ଏୟାରପୋର୍ଟ ଉପରେ ଦୁଇଥର ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୩ ଜଣ ସାଉଦି ନାଗରିକଙ୍କ ମୃତ୍ୟୁ ହୋଇଥିବା ସାଉଦି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିମାନ ଟ୍ରାକିଂ ସଂସ୍ଥା ଫ୍ଲାଇଟରାଡ଼ାର ୨୪ ଅନୁଯାୟୀ, ରିୟାଦ ଅଭିମୁଖେ ଆସୁଥିବା ସମସ୍ତ ଫ୍ଲାଇଟ୍ ର ରୁଟ୍ ପରିବର୍ତ୍ତନ କରାଯିବା ସହ ଫ୍ଲାଇଟ୍ ବାତିଲ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।