ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ହୁଣ୍ଡି ଟଙ୍କାକୁ ନେଇ ରାଜନୈତିକ ଝଡ଼
ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ହୁଣ୍ଡି ଟଙ୍କାକୁ ନେଇ ରାଜନୈତିକ ଝଡ଼ । ଦାନ ଅର୍ଥରେ ଅତିଥିଙ୍କ ପାଇଁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ରାଜନୈତିକ ବ୍ୟକ୍ତି ଏବଂ ରାଜ୍ୟ ବାହାରୁ ଆସିଥିବା ଅତିଥିଙ୍କ ପାଇଁ ସ୍ବତନ୍ତ୍ର ଅୟୋଜନ ହୋଇଥିବା ବିଜେଡି ଅଭିଯୋଗ କରିଛି । ବିଜେଡି ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ନୂଆଁଖାଇରେ ଏ ପରମ୍ପରା ନଥିଲା ବୋଲି କହିଛନ୍ତି ସଞ୍ଜିତ ମହାନ୍ତି । ସେପଟେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଛି ।
ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ମାଆ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ । ମା’ଙ୍କ ହୁଣ୍ଡିରୁ ଗୋଟିଏ ଟଙ୍କା ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇନାହିଁବୋଲି କହିଛି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ନୂଆଁଖାଇ ଦିନ ଯେତେବେଳେ ସମଲେଶ୍ୱରୀ ମନ୍ଦିର ପରିସରରେ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ହୋଇଥିଲା ଏଥିରେ ରାଜ୍ୟ ର ବହୁ ବରିଷ୍ଠ ରାଜନେତା ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଫଣ୍ଡରୁ ହିଁ ଖର୍ଚ୍ଚ କରାଯାଇଥିଲା ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି । …
ଯଦି ଏହି ଅଭିଯୋଗ ସତ ତେବେ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଖେଳ ଖେଳାଯାଉଥିବା ମତପ୍ରକାଶ ପାଇଛି । …
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।