AFC U17 Women’s Asia Cup : ଏସିଆ କପ୍ ପାଇଁ କ୍ବାଲିଫାଇ କଲା ଭାରତ

Oct 12, 2026 - 17:18
AFC U17 Women’s Asia Cup : ଏସିଆ କପ୍ ପାଇଁ କ୍ବାଲିଫାଇ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଏଏଫ୍‌ସି ୧୭ ବର୍ଷରୁ କମ୍ ମହିଳା ଏସିଆ କପ୍ ପାଇଁ ଭାରତ ଯୋଗ୍ୟତା ହାସଲ କରିଛି। ରବିବାର ମାଲେସିଆର ସେଲାଙ୍ଗୋରରେ ଖେଳାଯାଇଥିବା ଗ୍ରୁପ୍ ‘ଜି’ର ଶେଷ ଯୋଗ୍ୟତା ମ୍ୟାଚ୍‌ରେ ଭାରତ ଆୟୋଜକ ମାଲେସିଆକୁ ୪-୦ ଗୋଲ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏସିଆ କପ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରିଛି।

ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ରେଜିମା ଦେବୀ ୩୦ତମ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ପ୍ରାତିକା ବର୍ମନ ୪୧ତମ ମିନିଟ୍‌ରେ ଏବଂ ଅନୁଷ୍କା କୁମାରୀ ୪୭ତମ ମିନିଟ୍‌ରେ ଗୋଲ୍ ଦେଇ ଦଳର ସ୍ଥିତି ମଜବୁତ କରିଥିଲେ। ପରେ ମ୍ୟାଚ୍‌ର ୮୭ତମ ମିନିଟ୍‌ରେ ନିଧୁ ପବନ କୁମାର ଚତୁର୍ଥ ଗୋଲ୍ ଦେଇ ଦଳକୁ ବୃହତ୍ ବିଜୟ ଦେଇଥିଲେ।

ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଖେଳିଥିବା ତିନୋଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇ ୯ ପଏଣ୍ଟ ହାସଲ କରିଛି। ଦଳ ଇରାକ୍‌କୁ ୧୪-୦ ଏବଂ ସିରିଆକୁ ୭-୦ ଗୋଲ୍‌ରେ ପରାସ୍ତ କରିଥିଲା। ଏହି ଏସିଆ କପ୍ ଆଗାମୀ  ୨୦୨୭ ମାର୍ଚ୍ଚ ୩୧ରୁ ଏପ୍ରିଲ୍‌ ୧୭ ପର୍ଯ୍ୟନ୍ତ ଚୀନ୍‌ରେ ଖେଳାଯିବ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।