ବୁଲେଟ୍ ଚଲାଇ ଫାଇନ୍ ଗଣିଲେ ନାବାଳକ !

Oct 12, 2026 - 18:22
ବୁଲେଟ୍ ଚଲାଇ ଫାଇନ୍ ଗଣିଲେ ନାବାଳକ !

ନନ୍ଦିଘୋଷ ବ୍ୟୁରୋ: ମୋଡିଫାଏଡ୍ ସାଇଲେନ୍ସର ଲଗାଇ ବୁଲେଟ୍ ଚଲାଇବା ପଡ଼ିଲା ମହଙ୍ଗା । ବିନା ଲାଇସେନ୍ସରେ ନାବାଳକ ଗାଡି ଚଳାଉଥିବା ଧରାପଡ଼ିବା ପରେ ବାପାଙ୍କ ନାଁରେ କଟିଛି ଚାଲାଣ । ଢେଙ୍କାନାଳରୁ ସାମ୍ନାକୁ ଆସିଛି ଏଭଳି ଖବର । ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ଘରୋଇ ସ୍କୁଲ ଗୁଡିକରେ ଯାଞ୍ଚ କରାଯାଇଥିଲା । ଆଉ ନାବାଳକ ଛାତ୍ରଛାତ୍ରୀ ଗାଡି ନେଇ ଆସୁଥିବା ବେଳେ ତାକୁ ଯାଞ୍ଚ କରି ଜୋରିମାନା କସିଛି ଆଞ୍ଚଳିକ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଟିମ୍ । ବିଭିନ୍ନ ସ୍କୁଲ ଗୁଡିକ ଫାଟକ ଆଗରେ ଗାଡି ଗୁଡିକୁ ଜୋରିମାନା କରିବା ସହିତ ଅଭିଭାବକ ଓ ସ୍କୁଲ ର କର୍ତ୍ତୃପକ୍ଷ ମାନଙ୍କୁ ନୋଟିସ କରିଛି ଆଞ୍ଚଳିକ ପରିବହନ ବିଭାଗ।

ବିଭିନ୍ନ ସମୟରେ ନାବାଳକ ବାଳିକା ଗାଡି ଚଳାଇବାକୁ ନେଇ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ଏହି ପଦକ୍ଷେପ ଉଠା ଯାଉଥିବା କହିଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ । ମୋଡିଫାଏଡ଼ ବୁଲେଟକୁ ଜବତ କରିବା ସହ ୩୬ ହଜାର ଟଙ୍କାର ଜରିମାନା ଲଗାଯାଇଛି । ବିନା ବୈଧ ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା ପାଇଁ ୫ ହଜାର ଟଙ୍କା, ବିପଜ୍ଜନକ ଗାଡ଼ି ଚାଳନା ପାଇଁ ୫ ହଜାର ଟଙ୍କା, ବାୟୁ ପ୍ରଦୂଷଣ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ୧ ହଜାର ଟଙ୍କା ଏବଂ ନାବାଳକଙ୍କ ଦ୍ୱାରା ଗାଡ଼ି ଚାଳନା ସମ୍ପର୍କିତ ନିୟମ ଅନୁଯାୟୀ ୩୬ ହଜାର ଟଙ୍କା ଜରିମାନା ଲଗାଯାଇଛି ।  ତେଣୁ ନିଜ ପିଲାଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୋଇ ଅଭିଭାବମାନେ ୧୮ ବର୍ଷ ପୂର୍ବରୁ ନିଜ ପିଲାଙ୍କୁ ଗାଡି ଚଳାଇବାକୁ ନଦେବା ଦରକାର ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।