Elephant: କଲ୍ୟାଣସିଂହପୁର କରଞ୍ଜା ଗାଁରେ ଦୁଇ ହାତୀଙ୍କ ଆତଙ୍କ
"କଲ୍ୟାଣସିଂହପୁର:ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତରେ ହାତୀଙ୍କ ଆତଙ୍କ ।
ଗତକାଲି ଧାମୁଣିପଙ୍ଗା ପଞ୍ଚାୟତ ଅଧିନସ୍ତ ଗୁଣ୍ଡରୀଗୁଡା ଗାଁ ମୁଣ୍ଡରେ ହାତୀମାନଙ୍କୁ ଦେଖି ଲୋକେ ଆତଙ୍କିତ ଓ ଭୟଭୀତ ହୋଇ ପଡିଥିଲେ | ଖାଦ୍ୟ ଅନୁସନ୍ଧାନ କରି ଗତ ୧୧ ତାରିଖ ଠାରୁ ସିଙ୍ଗାରି ପଞ୍ଚାୟତ ପାଳଖମଣ,ଟିକ୍ରାପଡ଼ା,ପାଦ୍ରୁଲଗୁଡ଼ା ଓ ଟିଡିମସ୍କା ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି ୧୩ ଟିକିଆ ହାତୀପଲ ।
ଏମାନେ ଜଙ୍ଗଲରୁ ବାହାରି ଚାଷ ଜମିରେ ପଶି ଅମଳ ଖାଇବା ସହ ପାଦରେ ମାଡ଼ି ଦୋଳି ଚକଟି କପା ସମେତ ବିଭିନ୍ନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି | ଗତ ୧୧ ତାରିଖରୁ ଅଞ୍ଚଳରେ ହାତୀପଲ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।
ହାତୀ ଭୟରେ ଚାଷ ଜମିକୁ ଯିବାକୁ ବି ଭୟ କରୁଛନ୍ତି ଅନେକ ଗ୍ରାମବାସୀମାନେ ।Advertisment ବାଣ ସହ ଟିଅର୍ ଗ୍ୟାସ ମଧ୍ୟ ବ୍ୟବହାର କରିଛନ୍ତି ଏହି କ୍ରମେ ଖାଦ୍ୟ ସନ୍ଧାନ କରି ସହର ମୁହାଁ ହାତୀ ପୋଲ ଆଜି ସକାଳୁ କରଞ୍ଜା ଗାଁ ଆଦିବାସୀ ସାହି ମୁଣ୍ଡରେ ଥିବା କଦଳୀ ବାଡ଼ରେ ଦୁଇଟି ହାତୀ ଡ଼େରା ପକାଇଛନ୍ତି ଖବର ପାଇ ବନ ବିଭାଗର ଫରେଷ୍ଟର ଭଗବାନ ସାରାକା,ବରଖାରାଣୀ ପାତ୍ର,ଗାର୍ଡ ଦଳ ଓ ପାରା ଗାର୍ଡମାନେ ପହଞ୍ଚି ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହ ଘଉଡ଼େଇବା ନିମନ୍ତେ ନାକେଦମ ହୋଇପଡିଛନ୍ତି ।
ଏମିତି କି ବାଣ ସହ ଟିଅର୍ ଗ୍ୟାସ ମଧ୍ୟ ବ୍ୟବହାର କରିଛନ୍ତି | ତଥାପି ମଧ୍ୟ ଦୁଇ ହାତୀ ନିରବରେ ଗାତ ମଧ୍ୟରେ ରହିଛନ୍ତି | Wild Boar Attack: ବ୍ରହ୍ମଗିରିରେ ବାରହା ଆକ୍ରମଣ: ୫ ଆହତ, ୨ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।