Elephant Bathing: ରାସ୍ତାରେ ପଥଚାରୀଙ୍କୁ ଅଟକାଇ ଦେଲା ଗଜରାଜଙ୍କ ନିମଗ୍ନ ଜଳକ୍ରୀଡ଼ା

Oct 20, 2026 - 22:26
Elephant Bathing: ରାସ୍ତାରେ ପଥଚାରୀଙ୍କୁ ଅଟକାଇ ଦେଲା ଗଜରାଜଙ୍କ ନିମଗ୍ନ ଜଳକ୍ରୀଡ଼ା

"ଗଁଦିଆ: ଜଙ୍ଗଲ ଭିତର ଦେଇ ଯାଇଥିବା ରାସ୍ତାର ପାର୍ଶ୍ବରେ ଥିବା ଜଳାଶୟରେ ଗଜରାଜ ଗାଧୋଉଛି।

ଅପରାହ୍ଣ ୪ଟାରେ ଗରମରୁ ଆଶ୍ବସ୍ତିଲାଭ କରିବା ପାଇଁ ଗଭୀର ପାଣି ଭିତରେ ପ୍ରବେଶ କରିଛି।

ଶୁଣ୍ଢରେ ପାଣି ଟେକୁଛି।

ଏହି ଦୃଶ୍ୟ ଯେତେବେଳେ ରାସ୍ତାର ପଥଚାରୀ ଦେଖୁଛନ୍ତି, ଅନେକ ଖୁସି ହେଉଛନ୍ତି।

ଆଉ କିଛି ଲୋକ ଭୟଭୀତ ମଧ୍ୟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳରେ ଆଜି ଅପରାହ୍‌ଣରେ ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।

Advertisment ଆଜି ଏକ ଜଳ ଭର୍ତି ପଥର ଖାଦାନ ଭିତରେ ସମୟ ଅପରାହ୍ଣ ପ୍ରାୟ ୪ଟା ୩୦ରେ ଏକ ଦନ୍ତା ହାତୀ ରାସ୍ତା ପାର ହୋଇ ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ-ନିହଲପ୍ରସାଦ ମୁଖ୍ୟ ରାସ୍ତାର ଅନତି ଦୂରରେ ଥିବା ଦିଗାମ୍ବରପୁରକୁ ସଂଯୋଗୀ ଗ୍ରାମ୍ୟ ରାସ୍ତାକଡ଼ରେ ଥିବା ଏକ ଜଳ ଭର୍ତି ରୋଡ ମେଟାଲ ଖାଦାନ ଭିତରେ ପଶି ଜଳ କ୍ରୀଡ଼ାରେ ନିମଗ୍ନ ଥିଲା।

ଏହି ଦୃଶ୍ୟ ବେଶ ଉପଭୋଗ୍ୟ ଥିଲା।

ଉକ୍ତ ରାସ୍ତା ଦେଇ ଯାନବାହନରେ ଯାଉଥିବା ଯାତ୍ରୀମାନେ କିଛି କ୍ଷଣ ଅଟକି ଯାଇ ଉକ୍ତ ସ୍ଥାନରେ ଠିଆ ହୋଇ ଦନ୍ତା ଗଜରାଜ ଙ୍କର ଗାଧୋଇବା ଦୃଶ୍ୟକୁ ମନ ଭରି ଉପଭୋଗ କରିଛିଲେ।

ହାତୀ ଗାଧୋଉଥିବାର ଭିଡିଓ ମଧ୍ୟ ରେକର୍ଡିଂ କରିଥିଲେ।

ମୋବାଇଲ ମାଧ୍ୟମରେ ତାହାର ଗାଧୋଇବା ଦୃଶ୍ୟକୁ କଏଦ କରୁଥିବାର ଦେଖିବାକୁ ମିଳିଥିଲା।

ଖବର ପାଇ ଷଡ଼ଙ୍ଗୀ ରେଞ୍ଜ ବନ କର୍ମଚାରୀ ଓ ହାତୀସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଁଚି ଉକ୍ତ ହାତୀକୁ ପାଖ ନହଡ଼ା ସରଂକ୍ଷିତ ଜଙ୍ଗଲ ମଧ୍ୟକୁ ସ୍ଥାନାନ୍ତର କରିଥିବାର ଜଣାଯାଇଛି।

ଗାଁରେ ଗଜରାଜର ଉତ୍ପାତ: ହାତୀ ଭୟରେ ସାରା ରାତି ଅନିଦ୍ରା ରହୁଛନ୍ତି ଲୋକେ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।