Elephant Calf Trapped in Forest Pit: ଖାଲରେ ଫସିଲା ହାତୀ ଛୁଆ, ପାଖରେ ଜଗି ରହିଛି ମାଆ ହାତୀ
ଖାଲରେ ପଡ଼ିଲା ହାତୀ ଛୁଆ। ଜଙ୍ଗଲରେ ଏକ ଖାଲରେ ହାତୀ ଛୁଆ ଫସି ରହିଛି। ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହମିରପୁର ନିକଟସ୍ଥ ଗୋପପୁର ପାଖ ଜଙ୍ଗଲରେ ଖାଲରେ ଖସି ପଡ଼ିଛି ଗୋଟିଏ ହାତୀ ଛୁଆ। ବନ ବିଭାଗ ପକ୍ଷରୁ ହାତୀ ଛୁଆକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଜଗି ରହିଛି ମାଆ ହାତୀ। ମଝିରେ ମଝିରେ ପ୍ରବଳ ଶବ୍ଦ କରୁଛି।
ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନ୍ ସହାୟତାରେ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି। ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଦୁଇ ଦିନ ପୂର୍ବରୁ ବଡ଼ଗାଁ ଅଞ୍ଚଳରେ ୨୬ଟିକିଆ ହାତୀପଲ ରହିଥିବା ଜଣାପଡ଼ିଥିଲା। ସେହି ହାତୀପଲ ଏହି ଅଞ୍ଚଳକୁ ଆସିଥିଲା କି ନାହିଁ ଅନ୍ୟ କୌଣସି ହାତୀପଲର ଏହି ଛୁଆ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।...
ଖାଲରେ ଫସିଲା ହାତୀ ଛୁଆ
ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜରେ ଫସିଲା ଛୁଆ ହାତୀ
ଉଦ୍ଧାର ପାଇଁ ବନବିଭାଗର ଉଦ୍ୟମ ଜାରି
ଘଟଣାସ୍ଥଳରେ ଜଗିଛି ମାଆ ହାତୀ
ଡ୍ରୋନ୍ ସାହାଯ୍ୟରେ ହାତୀପଲ ଉପରେ ନଜର
ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।