Former Maoists Turn Models: ହାତରେ ବନ୍ଧୁକରୁ ରାମ୍ପରେ କ୍ୟାଟ୍‌ୱାକ୍‌, ମହିଳା ମାଓବାଦୀଙ୍କ ନୂଆ ରୂପ

Aug 13, 2026 - 15:59
Former Maoists Turn Models: ହାତରେ ବନ୍ଧୁକରୁ ରାମ୍ପରେ କ୍ୟାଟ୍‌ୱାକ୍‌, ମହିଳା ମାଓବାଦୀଙ୍କ ନୂଆ ରୂପ

ଦିନେ ହାତରେ ବନ୍ଧୁକ ଧରି ଜଙ୍ଗଲ ଜଙ୍ଗଲ ଘୂରି ବୁଲୁଥିଲେ । ହେଲେ ଏବେ ଫ୍ୟାଶନ ଶୋ'ରେ କ୍ୟାଟ୍ ୱାକ୍ କରୁଛନ୍ତି, ତାହା ପୁଣି ପେସାଦାର ମଡେଲଙ୍କ ସହ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଛତିଶଗଡ଼ର ରାଜଧାନୀ ରାୟପୁରରେ । ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ଏଠାରେ ଆୟୋଜିତ ହୋଇଥିଲା ଟ୍ରାଇବାଲ୍ ଫ୍ୟାଶନ ଶୋ' । ଆଉ ଏଥିରେ ରାମ୍ପରେ ଚାଲିଥିଲେ ସରେଣ୍ଡର କରିଥିବା ମହିଳା ମାଓବାଦୀ । ହାତବୁଣା ପୋଷାକ ପିନ୍ଧି ସେମାନେ କ୍ୟାଟୱାକ୍ କରିଥିଲେ ।

ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିବା ଏହି ମହିଳା ମାଓବାଦୀଙ୍କ ନୂଆ ଲୁକ ବେଶ ଆକର୍ଷଣୀୟ ହୋଇଥିଲା । ଆଉ ଏମାନଙ୍କ ଫ୍ୟାଶନ ଶୋ'ର ଦର୍ଶକ ପାଲଟିଥିଲେ ଖୋଦ୍ ଛତିଶଗଡ ସରକାରର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ । ମୁଖ୍ୟମନ୍ତ୍ରୀ ବିଷ୍ଣଦେଓ ସାଏ, ବାଚସ୍ପତି ରମଣ ସିଂ, ଦୁଇ ଉପମୁଖ୍ୟମନ୍ତ୍ରୀ  ଓ ଅନ୍ୟ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଆଉ ସେମାନେ ଫ୍ୟାଶନ ଶୋ'ର ରାମ୍ପରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କୁ ଉତ୍ସାହିତ କରିଥିଲେ । ମହିଳା ମାଓବାଦୀଙ୍କ ଏହି ପରିବର୍ତ୍ତନକୁ ମୁଖ୍ୟସ୍ରୋତକୁ ଫେରିବାର ଏକ ନୂଆ ପ୍ରତୀକ ଭାବେ ଦେଖାଯାଉଛି।

କ୍ୟାଟ୍ ୱାକ୍ କଲେ ପୂର୍ବତନ ମହିଳା ମାଓବାଦୀ
ଫ୍ୟାଶନ ସୋରେ ଆତ୍ମସମର୍ପଣକାରୀ ମାଓବାଦୀ
ପେଶାଦାର ମଡେଲଙ୍କ ସହ ରାମ୍ପରେ ଚାଲିଲେ
ଛତିଶଗଡ ରାୟପୁରରେ ଟ୍ରାଇବାଲ୍ ଫ୍ୟାଶନ ସୋ
ହସ୍ତତନ୍ତ ଦିବସ ଅବସରରେ ଆୟୋଜିତ ଫ୍ୟାଶନ ସୋ
ଉପସ୍ଥିତ ଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।