Elephant Menace Leaves Farmer Helpless: ହାତୀ ପାଇଁ ଲକ୍ଷାଧିକ ଟଙ୍କାର କଦଳୀ ଗଛ ହାଣିଦେଲେ ଚାଷୀ
ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବରେ ହତାଶ ଚାଷୀ। ବାରମ୍ବାର ହାତୀ ଫସଲ ନଷ୍ଟ କରିବା ସହ ଘରେ ପଶି ଭୟଭୀତ କଲା ହାତୀ। ଚାଷୀ ନିଜ ଜୀବନ ବଞ୍ଚାଇବା ପାଇଁ ହାଣି ପକାଇଲା ୧୪ ଶହ କଦଳୀ ଗଛ। ଏଭଳି ଘଟଣା ଘଟିଛି ଅନୁଗୁଳ କରତପଟା ଅଞ୍ଚଳରେ।
ସ୍ଥାନୀୟ ପୋକତୁଙ୍ଗା ଗାଁ ତାପସ ପ୍ରଧାନ ୨ ଏକର ଜମିରେ କଦଳୀ ଚାଷ କରିଥିଲେ। ହେଲେ ଲଗାତାର ୧୦ ଦିନ ହେଲା ହାତୀପଲ ଆସି ବ୍ୟାପକ କଦଳୀ ଓ ପନି ପରିବା ନଷ୍ଟ କରିବା ସହ ଘରେ ପଶି ଧାନ ଖାଇ ଦେଉଥିଲେ। ଶେଷରେ ନିରୁପାୟ ହୋଇ ସେ ଲଗାଇ ଥିବା ଅଢେଇ ଲକ୍ଷ ଟଙ୍କାର କଦଳୀ ଗଛ ସବୁକୁ କାଟି ନଷ୍ଟ କରିଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।