Elephant Storms Into Market: ହାଟରେ ପଶି ଉତ୍ପାତ କଲା ଦନ୍ତାହାତୀ, ଦୋକାନରୁ ଆଳୁ ବସ୍ତା ଟାଣି ଖାଇଲା
ହାଟରେ ପଶି ଉତ୍ପାତ କଲା ଦନ୍ତା। ଦୋକାନରୁ ଆଳୁ ବସ୍ତା ଟାଣି ନେଇ ରାସ୍ତାରେ ଖାଇଲା। ହାତୀକୁ ଦେଖି ଆତଙ୍କିତ ହୋଇପଡ଼ିଲେ ସ୍ଥାନୀୟ ଲୋକେ। ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ପଣିଶାପଡା ହାଟରେ ପଶିଲା ଜଙ୍ଗଲୀ ଦନ୍ତାହାତୀ। ରାସଗୋବିନ୍ଦପୁର ରେଞ୍ଜ ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ଗତକାଲି ହାଟରେ ପଶିଥିଲା ହାତୀ।
ଦୁଇ ଦିନ ପୂର୍ବରୁ ଜଳେଶ୍ୱର-ବାରିପଦା ମୁଖ୍ୟ ରାସ୍ତାର ଡେଙ୍ଗାନାଳିଆ ଠାରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଥିଲା। ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇଥିଲା। କିଛି ଦିନ ହେବ ଦନ୍ତାହାତୀଟି ମୟୂରଭଞ୍ଜ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲା ସୀମାନ୍ତରେ କିଛି ଦିନ ହେଲାଣି ଏ ଗାଁ ରୁ ସେ ଗାଁ ଘୂରି ବୁଲୁଛି ଫଳରେ ଲୋକେ ଭୟଭୀତ ହେଉଛନ୍ତି। ହାତୀଟି କାହାରି କିଛି ଷୟଷତି କରିନଥିବା ବେଳେ ହାତୀକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଥିଲା ।
ହାଟରେ ହାତୀକୁ ଦେଖି ଲୋକେ ଆତଙ୍କିତ
ମୟୂରଭଞ୍ଜ ସୀମାନ୍ତ ପଣିଶାପଡା ହାଟର ଦୃଶ୍ୟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।