Elephants Turn Playful by Day: ଦିନରେ ହାତୀଙ୍କ ଜଳକ୍ରୀଡ଼ା, ରାତିରେ ଫସଲ ନଷ୍ଟ
ଅରଡେଇ ନଦୀରେ ହାତୀଙ୍କ ଜଳକ୍ରୀଡ଼ା। କ୍ୟାମେରାରେ କଏଦ ହେଲା ଜଳକ୍ରୀଡ଼ାର ଦୃଶ୍ୟ। କିଏ ପାଣି ପିଉଛି, ତ ଆଉ କିଏ ପରସ୍ପର ଉପରେ ପାଣି ଛିଞ୍ଚି କରୁଛି ମସ୍ତି! ଦୃଶ୍ୟଟି ହେଉଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର କୃଷ୍ଣପୁର ଗାଁ ନିକଟ ଅରଡେଇ ନଦୀର।
ଆଜି ସକାଳୁ ଜଙ୍ଗଲରୁ ବାହାରି ନଦୀକୁ ଆସିଥିଲେ ହାତୀ ପଲ। ହାତୀଙ୍କ ଏହି ମନୋରମ ଦୃଶ୍ୟ ଦେଖିବାକୁ ନଦୀ କୂଳରେ ଜମିଥିଲା ଲୋକଙ୍କ ଭିଡ଼। ଅନ୍ୟପଟେ କିଛି ଦିନ ହେବ ହାତୀ ପଲ ନିକଟସ୍ଥ ଜଙ୍ଗଲରେ ଡେରା ପକାଇଛନ୍ତି। ରାତି ହେଲେ ଗାଁ ମୁହାଁ ହୋଇ ଶହ ଶହ ଏକର ଧାନ ଫସଲ ନଷ୍ଟ କରୁଛନ୍ତି। ଏଥିରେ ଚିନ୍ତାରେ ଚାଷୀ, ଭୟରେ ଗ୍ରାମବାସୀ। ହାତୀଙ୍କ ଗତିବିଧି ଉପରେ ବନ ବିଭାଗର କଡ଼ା ନଜର ରହିଥିବା ବେଳେ, ଲୋକଙ୍କୁ ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ।....
ଅରଡେଇ ନଦୀରେ ହାତୀଙ୍କ ଜଳକ୍ରୀଡ଼ା
ଜଳକ୍ରୀଡା ଦେଖିବାକୁ କୂଳରେ ଲୋକଙ୍କ ଭିଡ଼
ଦିନରେ ଜଳକ୍ରୀଡ଼ା, ରାତିରେ ଫସଲ ନଷ୍ଟ
ଚମ୍ପୁଆରେ ହାତୀ ଆତଙ୍କ, ବଢିଲା ଚାଷୀଙ୍କ ଚିନ୍ତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।