Shocking Hit-and-Run in Gurugram: ମହିଳା ବାଇକରଙ୍କୁ ଧକ୍କା ଦେଇ ଫେରାର, କ୍ୟାମେରାରେ କଏଦ ଛାତିଥରା ଦୃଶ୍ୟ

Sep 14, 2026 - 13:33
Shocking Hit-and-Run in Gurugram: ମହିଳା ବାଇକରଙ୍କୁ ଧକ୍କା ଦେଇ ଫେରାର, କ୍ୟାମେରାରେ କଏଦ ଛାତିଥରା ଦୃଶ୍ୟ

ରାସ୍ତାରେ ବାଇକ୍ ଚଳାଉଥିଲେ ମହିଳା। ପିଛା କରି ଆସିଲା ଏକ କାର୍। ଆଉ ରାସ୍ତା ଉପରେ ମହିଳା ବାଇକରଙ୍କୁ ଧକ୍କା ଦେଲା। ତାପରେ ସେଠାରୁ ଦ୍ରୁତ ଗତିରେ ଚମ୍ପଟ ମାରିଥିଲା କାର୍ ଚାଳକ। କ୍ୟାମେରାରେ କଏଦ୍ ହୋଇଥିବା ସେହି ଦୃଶ୍ୟ ଦେଖିଲେ ଛାତି ଥରିଯିବ। ରାସ୍ତାରେ ଗାଡ଼ି ଚଳାଇବାକୁ ଭୟ କରିବେ। ଅତି ଅମାନୁଷିକ ଆଉ ବର୍ବରକାଣ୍ଡ। ହରିୟାଣାର ଗୁରୁଗ୍ରାମରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ଗଲ୍ଫ କୋର୍ସ ରୋଡରେ ଜଣେ ମହିଳା ବାଇକର ସିଆଙ୍କୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏହି ସମ୍ପୂର୍ଣ୍ଣ ହିଟ୍ ଆଣ୍ଡ ରନ୍ ଘଟଣା କ୍ୟାମେରାରେ କଏଦ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଭିଡିଓରେ ଦେଖିବାକୁ ମିଳିଛି, ମହିଳା ବାଇକର ସିଆ ନିଜ ରାଇଡିଂ ଗ୍ରୁପ୍ ସହିତ ସୁପରବାଇକ୍ ଚଲାଉଥିଲେ। ଏହି ସମୟରେ ଏକ ଧଳା ରଙ୍ଗର ସେଡାନ୍ କାର୍ ସେମାନଙ୍କ ପଛରେ ଆସୁଥିଲା। ସିଆ ଅଭିଯୋଗ କରିଛନ୍ତି, ସୁରକ୍ଷିତ ଦୂରତା ବଜାୟ ରଖିବାକୁ କାର୍ ଚାଳକଙ୍କୁ କହିଥିଲେ ବି ସେମାନେ ଶୁଣି ନଥିଲେ। ସ୍ପିଡରେ ଓଭରଟେକ୍ କରିବା ବେଳେ ତାଙ୍କ ସୁପରବାଇକକୁ ଧକ୍କା ଦେଇଥିଲା କାର୍। ଏହାପରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ।

କିଛି ବାଟ ଯାଏଁ ଘୋଷାଡ଼ି ହୋଇ ଯାଇଥିଲେ। ଦୁର୍ଘଟଣା ପରେ ସିଆଙ୍କ ସାଥୀ ରାଇଡରମାନେ ପାଖ ଟ୍ରାଫିକ୍ ସିଗନାଲରେ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଂପୃକ୍ତ କାର୍ ଚାଳକ ନିଜ ଭୁଲ୍ ମାନିବା ପରିବର୍ତ୍ତେ ସେଠାରୁ ଗାଡ଼ି ନେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।