15 OCTOBER 2026

Welcome!

Unlock your personalized experience.
Sign Up

Enforcement Directorate: ପ୍ରଶ୍ନପତ୍ର ଲିକ ମାମଲା: ଓଡ଼ିଶା ଓ ପଶ୍ଚିମବଙ୍ଗର ୧୨ଟି ସ୍ଥାନରେ ଇଡିର ଚଢ଼ଉ

Oct 15, 2026 - 11:11
Enforcement Directorate: ପ୍ରଶ୍ନପତ୍ର ଲିକ ମାମଲା: ଓଡ଼ିଶା ଓ ପଶ୍ଚିମବଙ୍ଗର ୧୨ଟି ସ୍ଥାନରେ ଇଡିର ଚଢ଼ଉ

ଭୁବନେଶ୍ୱର: ସବଇନ୍ସପେକ୍ଟର ପ୍ରଶ୍ନପତ୍ର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବଡ଼ଧରଣର ଖୁଲାସା କରିଛି। ପ୍ରଶ୍ନପତ୍ର ଦୁର୍ନୀତିର ଯାଞ୍ଚ କରିବା ପାଇଁ ଇଡି ପକ୍ଷରୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୋଟ ୧୨ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହି ଚଢ଼ଉ ମୁଖ୍ୟତଃ 'ସିଲିକନ୍ ଟେକ୍ ଲ୍ୟାବ', 'ପଞ୍ଚସଫ୍ଟ ଟେକ୍ନୋଲୋଜି' ଏବଂ 'ପିଏସ୍‌ଆଇଏଲ୍ ଇଣ୍ଟରନ୍ୟାସନାଲ୍' ସହିତ ଜଡ଼ିତ ବିଭିନ୍ନ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଠିକଣାରେ କରାଯାଇଛି।

ଆହୁରି ପଢନ୍ତୁ: Cricket: ବିଶ୍ୱରେ ସର୍ବାଧିକ ଛକା ମାରିଲେ ବ୍ୟାଟସମ୍ୟାନ୍ ଅଭିଷେକ ଶର୍ମା

ତଦନ୍ତ ସମୟରେ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ୍, ଇଲେକ୍ଟ୍ରୋନିକ୍ସ ଉପକରଣ ଏବଂ ବିଭିନ୍ନ ରେକର୍ଡ ଜବତ କରିଛି। ପିଏମଏଲଏ ଆଇନ ଅଧୀନରେ ଏହି ମାମଲାର ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦେବା ନାଁରେ ୧୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଲୋଭନ ଦିଆଯାଇଥିଲା। ଏହି ଘଟଣାରେ ପୂର୍ବରୁ ସନ୍ଦେହ ଘେରକୁ ଆସିନଥିବା କିଛି ନୂତନ କମ୍ପାନୀ ଓ ବ୍ୟକ୍ତିଙ୍କ ସଂପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ଇଡି ଏବେ ସେମାନଙ୍କର ଭୂମିକା ଏବଂ ସନ୍ଦିଗ୍ଧ ଆର୍ଥିକ ନେଣଦେଣ ଉପରେ କଡ଼ା ନଜର ରଖିଛି।

ଏହି ମାମଲାରେ ସିବିଆଇ (CBI) ପୂର୍ବରୁ ତଦନ୍ତ ଚଳାଇଥିବାବେଳେ, ଇଡିର ମୁଖ୍ୟ ଫୋକସ୍ ଦୁର୍ନୀତିର ଆର୍ଥିକ କାରବାର, ଅର୍ଥର ଉତ୍ସ ଏବଂ ଏଥିରୁ ହୋଇଥିବା ରୋଜଗାରର ବ୍ୟବହାର ଉପରେ ରହିଛି। ପ୍ରଶ୍ନପତ୍ର ବିକ୍ରି ନାଁରେ ଅସୁଲ କରାଯାଇଥିବା ଟଙ୍କା କେଉଁ କେଉଁ ମାଧ୍ୟମରେ ସ୍ଥାନାନ୍ତରିତ ହୋଇଥିଲା, ତାହାର ପର୍ଦ୍ଦାଫାଶ କରିବାକୁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।