Environment: ପରିବେଶ ସହ ଖାପ ଖୁଆଇଲାଣି ‘ଜୀନତ’
"ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ପରିବେଶ ସହିତ ଖାପଖୁଆଇ ଚଳିଲାଣି ମହାବଳ ବାଘୁଣୀ "ଜୀନତ"।
୪ଟି ଶାବକଙ୍କୁ ଜନ୍ମ ଦେଇଥିବା ଜୀନତ ଏବେ ନିଜର ବାସସ୍ଥାନ ଗଢ଼ିଲାଣି।
ବର୍ଷାଋତୁ ପରେ ବିଚାରବିମର୍ଶ କରି ତାକୁ ସମ୍ପୂର୍ଣ୍ଣ ଭାବେ ନଜରବନ୍ଦୀରୁ ମୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ।
ସବୁଠାରୁ ବଡ଼ କଥା ହେଉଛି, ବିନା ଟ୍ରାଙ୍କୁଲାଇଜରେ ତା" ଦେହରେ ବନ୍ଧା ଯାଇଥିବା ରେଡିଓ କଲାର୍କୁ ରିମୋଟ୍ ଜରିଆରେ ସ୍ୱୟଂଚାଳିତ ଭାବେ ବାହାର କରାଯିବ।
ପରେ ବନ କର୍ମଚାରୀମାନେ ଜଙ୍ଗଲରୁ ଉକ୍ତ ରେଡିଓ କଲାର୍କୁ ସଂଗ୍ରହ କରିବେ।
Advertisment Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା ସୂଚନାଯୋଗ୍ୟ, ମହାରାଷ୍ଟ୍ରର ତାଡ଼ବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ୨୦୨୪ ମସିହାରେ ପ୍ରଥମେ "ଯମୁନା" ଓ ପରେ "ଜୀନତ"କୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା।
ସେହିବର୍ଷ ନଭେମ୍ବର ମାସରେ ଆସିବା ବେଳକୁ "ଜୀନତ"କୁ ୪ ବର୍ଷ ବୟସ ହୋଇଥିଲା।
ଗତ ମେ" ମାସରେ ସେ ୪ଟି ଶାବକଙ୍କୁ ଜନ୍ମ ଦେଇ ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଛି।
ଅପରପକ୍ଷରେ ବାଲେଶ୍ବର କୁଲଡିହା ଅଭୟାରଣ୍ୟରେ ଥିବା ଅନ୍ୟତମ ବାଘୁଣୀ "ଯମୁନା" ଏଯାଏଁ ବଂଶବୃଦ୍ଧି କରି ନଥିବାରୁ ତା" ଉପରେ ପୂର୍ବଭଳି ରେଡିଓ କଲାର ମାଧ୍ୟମରେ ନଜର ରଖାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଏସ୍ଟିଆର) କ୍ଷେତ୍ର ନିର୍ଦ୍ଦେଶକ ଡ.
ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି।
Horoscope 2026 August 29: ଜାଣନ୍ତୁ ଆଜିର ରାଶିଫଳ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।