Pashapali: ପୋଷ୍ଟ ପ୍ରଡକସନ୍ରେ ‘ପଶାପାଲି’
"ନିର୍ଦ୍ଦେଶକ ସଞ୍ଜୟ ନାୟକ ତାଙ୍କର ନୂଆ ସିନେମା "ପଶାପାଲି"ର ସୁଟିଂ ଶେଷ କରି ଏବେ ପୋଷ୍ଟ ପ୍ରଡକସନ୍ କାମ ଚଳାଇଛନ୍ତି।
ଇତିମଧ୍ୟରେ ଏହାର ଏଡିଟିଂ କାମ ସରିଯାଇଛି।
ରାଜନୈତିକ ପୃଷ୍ଠଭୂମି ଥିବା କାହାଣୀ ଆଧାରିତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ପ୍ରଶାନ୍ତ କର। "ସାତ ସୁରେ ବନ୍ଧା ଏ ଜୀବନ" ଓ "ଭାଇନା କ"ଣ କଲା ସେ" ଓ "ରଙ୍ଗୀଲା ବାବା" ଆଦି ସିନେମା ସହ ଜଡ଼ିତ ଦିଲୀପ ଦାଶ ଏହାର ମୁଖ୍ୟ ଉପଦେଷ୍ଟା ଅଛନ୍ତି।Advertisment Nepal flood: ନେପାଳ-ତିବ୍ବତ ବନ୍ୟା ପରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ସି ଜିନପିଙ୍ଗ ଏଥିରେ ଶ୍ରୀମୟୀ ମିଶ୍ର, ଦୁଷ୍ମନ୍ତ, ରାଜ ରାଜେଶ, ପୁନମ୍, ପୃଥ୍ବୀରାଜ ନାୟକ, କେଦାର ମିଶ୍ର ଓ ଶୁଭ୍ରାଂଶୁ ପ୍ରମୁଖ ମୁଖ୍ୟ ଭୂମିକରେ ଅଛନ୍ତି।
ଏହି ସିନେମା ଜରିଆରେ ବିଗତ ଦିନର ଜଣାଶୁଣା ଟେଲି ଅଭିନେତ୍ରୀ ତଥା ରାଜନେତ୍ରୀ ଶ୍ରୀମୟୀ ମିଶ୍ର ବଡ଼ ପରଦାରେ ପଦାର୍ପଣ କରିଛନ୍ତି।
ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ। "ପଶାପାଲି" ଏବେ ଓଲିଉଡ୍ରେ ଚର୍ଚ୍ଚାର ବିଷୟ ହୋଇଛି।
ବିଶେଷ କରି ଶ୍ରୀମୟୀ ମିଶ୍ରଙ୍କ ଭୂମିକା ଏହି ସିନେମାରେ କ"ଣ ରହିଛି, ତାହା ଜାଣିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି।
ଇତିମଧ୍ୟରେ "ପଶାପାଲି"ର ପୋଷ୍ଟର ରିଲିଜ୍ ହୋଇଯାଇଛି।
Rourkela Circuit house Case ପ୍ରକାଶ ପାଶୱାନଙ୍କ ଆଉ ୨ ସହଯୋଗୀ ଗିରଫ, ଡିଲ୍ କରୁଥିଲେ ବଟି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।