Environmental Organization: ପରିବେଶ ସଂଗଠନ: କଳ୍ପବୃକ୍ଷ
"ଗଛ ନଥିଲେ ଜୀବନ ନାହିଁ ଏବଂ ଜଙ୍ଗଲ ନଥିଲେ ପ୍ରକୃତିର ସନ୍ତୁଳନ ରହିପାରିବ ନାହିଁ।
ଏହି ସରଳ ସତ୍ୟକୁ ଆଧାର କରି "କଳ୍ପବୃକ୍ଷ" ସଂଗଠନ ପରିବେଶ ସୁରକ୍ଷା ପାଇଁ କାମ ଆରମ୍ଭ କରିଥିଲା।
ଜଙ୍ଗଲ କଟା, ପ୍ରଦୂଷଣ, ଜୈବବିବିଧତାର ହ୍ରାସ ଓ ପ୍ରକୃତି ଉପରେ ବଢ଼ୁଥିବା ଚାପ ମଧ୍ୟରେ ମଣିଷ ଓ ପ୍ରକୃତିର ସମ୍ପର୍କକୁ ମଜଭୁତ କରିବା ଏହାର ମୁଖ୍ୟ ଲକ୍ଷ୍ୟ। "କଳ୍ପବୃକ୍ଷ"ର ଯାତ୍ରା ୧୯୭୯ ମସିହାରେ ଦିଲ୍ଲୀର ରିଜ୍ ଜଙ୍ଗଲକୁ ବଞ୍ଚାଇବା ପାଇଁ ଛାତ୍ରମାନଙ୍କ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା।
ପ୍ରାୟ ୭,୭୭୦ ହେକ୍ଟର ରିଜ୍ ଅଞ୍ଚଳକୁ ରାସ୍ତା ନିର୍ମାଣ, ଅନ୍ୟାନ୍ୟ ନିର୍ମାଣ କାମ ଓ ଆବର୍ଜନାରୁ ବଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ପରେ ଏହି ଆନ୍ଦୋଳନ ଦିଲ୍ଲୀର ଅନ୍ୟାନ୍ୟ ସବୁଜ ଅଞ୍ଚଳର ସୁରକ୍ଷା ପର୍ଯ୍ୟନ୍ତ ବ୍ୟାପିଥିଲା।Advertisment RMC ନିର୍ବାଚନ ପାଇଁ ଅଙ୍କକଷା; ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ୧୯୮୦ରେ ରିଜ୍ ଓ ଅନ୍ୟ ସବୁଜ ଅଞ୍ଚଳକୁ "ସୁରକ୍ଷିତ ଜଙ୍ଗଲ" ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ମଧ୍ୟ ଦିଆଯାଇଥିଲା।
ସଂଗଠନର କାମ କେବଳ ଗଛ ଓ ଜଙ୍ଗଲ ସୁରକ୍ଷାରେ ସୀମିତ ରହିନାହିଁ।
ହିମାଳୟରେ ଚିପ୍କୋ ଆନ୍ଦୋଳନର କର୍ମୀମାନଙ୍କ ସହ ପଦଯାତ୍ରା କରି ଜଙ୍ଗଲ ଧ୍ୱଂସର ପ୍ରଭାବ ବିଷୟରେ ଅଧ୍ୟୟନ କରାଯାଇଥିଲା।
ନର୍ମଦା ନଦୀ ଉପତ୍ୟକାରେ ୫୦ଦିନିଆ ଯାତ୍ରା କରି ବଡ଼ ବନ୍ଧ ନିର୍ମାଣର ସମ୍ଭାବ୍ୟ ପ୍ରଭାବ ବୁଝିବାକୁ ଚେଷ୍ଟା କରାଯାଇଥିଲା।
ପରେ ନର୍ମଦା ଓ ଅନ୍ୟ ବଡ଼ ବନ୍ଧ ସମ୍ପର୍କିତ ପରିବେଶ ସମ୍ବନ୍ଧୀୟ ବିଷୟରେ ମଧ୍ୟ କାମ କରାଯାଇଥିଲା। "କଳ୍ପବୃକ୍ଷ"ର ଆଉ ଏକ ମୁଖ୍ୟ କାର୍ଯ୍ୟ ହେଉଛି ପରିବେଶ ସୁରକ୍ଷା ସହ ଲୋକଙ୍କ ଜୀବିକାକୁ ଯୋଡ଼ିବା।
ସ୍ଥାନୀୟ ଲୋକମାନେ ଯେପରି ନିଜ ପ୍ରାକୃତିକ ସମ୍ପଦର ସୁରକ୍ଷା କରିପାରିବେ, ସେଥିପାଇଁ ଗୋଷ୍ଠୀଭିତ୍ତିକ ସଂରକ୍ଷଣ ଓ ପ୍ରାକୃତିକ ସମ୍ପଦ ପରିଚାଳନା ଉପରେ କାର୍ଯ୍ୟ କରାଯାଉଛି।
ବନ୍ୟଜନ୍ତୁ ସୁରକ୍ଷାକୁ ମଧ୍ୟ ସଂଗଠନ ଗୁରୁତ୍ବ ଦେଇଥାଏ।
Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...
ସ୍କୁଲ୍, କଲେଜ ଓ ବିଭିନ୍ନ ସଂସ୍ଥାରେ ପରିବେଶ ଶିକ୍ଷା ପ୍ରସାର କରିବା ମଧ୍ୟ କଳ୍ପବୃକ୍ଷର ଏକ ମୁଖ୍ୟ କାର୍ଯ୍ୟ।
ପ୍ରକୃତି, ପକ୍ଷୀ, ପ୍ରଜାପତି ଓ ଜୈବବିବିଧତା ବିଷୟରେ ପୁସ୍ତକ, ଗାଇଡ୍, ଶିକ୍ଷାମୂଳକ ସାମଗ୍ରୀ ଓ ଶିଶୁମାନଙ୍କ ପାଇଁ କାହାଣୀ ପ୍ରସ୍ତୁତ କରୁଛି।
ଦିଲ୍ଲୀରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଆଣ୍ଡାମାନ-ନିକୋବର, ଲାକ୍ଷାଦ୍ୱୀପ, କର୍ଣ୍ଣାଟକ, ଲଦାଖ ଓ ପୁଣେ ଭଳି ଅଞ୍ଚଳକୁ ମଧ୍ୟ ବ୍ୟାପିଥିଲା।
କଳ୍ପବୃକ୍ଷ ଅନୁଷ୍ଠାନ ଜୈବବିବିଧତା, ବନ ଅଧିକାର, ପରିବେଶ ପ୍ରଭାବ ଆକଳନ, ଉପକୂଳ ନିୟମ ଓ ପରିବେଶ ନୀତି ଭଳି ବିଷୟରେ ଗବେଷଣା ଓ ନୀତିଗତ ଆଲୋଚନାରେ ମଧ୍ୟ ଭାଗ ନେଇଛି।
ଏହାର ମୁଖ୍ୟ କାର୍ଯ୍ୟକ୍ଷେତ୍ର ହେଉଛି ପରିବେଶ ଶିକ୍ଷା, ସଂରକ୍ଷଣ ଓ ଜୀବିକା ଏବଂ ବିକଳ୍ପ ବିକାଶ।
ସଂଗଠନର ଚିନ୍ତାଧାରା କେବଳ ଭଲ ପରିବେଶର ସ୍ୱପ୍ନ ଦେଖିବା ନୁହେଁ, ସେହି ସ୍ୱପ୍ନକୁ କାର୍ଯ୍ୟ ମାଧ୍ୟମରେ ସାକାର କରିବା।
ପ୍ରକୃତିର ସୁରକ୍ଷା ସହ ସାମାଜିକ ସମାନତାକୁ ମଧ୍ୟ ଗୁରୁତ୍ୱ ଦେଇ ଏହି ସଂଗଠନ ଆଜି ବି ଏକ ସୁସ୍ଥ, ସବୁଜ ଓ ନ୍ୟାୟସଙ୍ଗତ ଭବିଷ୍ୟତ ପାଇଁ କାମ କରୁଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।