Environmental Organization: ପରିବେଶ ସଂଗଠନ: ଗ୍ଲୋବାଲ୍ ଗ୍ରିନ୍ ଗ୍ରୋଥ୍ ଇନ୍‌ଷ୍ଟିଚ୍ୟୁଟ୍

Oct 27, 2026 - 05:04
Environmental Organization: ପରିବେଶ ସଂଗଠନ: ଗ୍ଲୋବାଲ୍ ଗ୍ରିନ୍ ଗ୍ରୋଥ୍ ଇନ୍‌ଷ୍ଟିଚ୍ୟୁଟ୍

ପୃଥିବୀର ତାପମାତ୍ରା ବଢୁଛି, ଜଙ୍ଗଲ ନଷ୍ଟ ହେଉଛି ଏବଂ ପ୍ରାକୃତିକ ସମ୍ପଦ ଦିନକୁ ଦିନ କମିବାରେ ଲାଗିଛି।

ଏଭଳି ସମୟରେ ବିକାଶ ସହ ପରିବେଶର ସୁରକ୍ଷା କରିବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ।

କେବଳ ଶିଳ୍ପ, ରାସ୍ତା ଓ ଅର୍ଥନୀତିର ଉନ୍ନତି ନୁହେଁ, ପ୍ରକୃତିକୁ ସୁରକ୍ଷିତ ରଖି ଲୋକଙ୍କ ଜୀବନର ମାନ ବଢ଼ାଇବା ମଧ୍ୟ ବିକାଶର ମୁଖ୍ୟ ଲକ୍ଷ୍ୟ।

ଏହି ଲକ୍ଷ୍ୟ ପୂରଣ ପାଇଁ ବିଶ୍ୱସ୍ତରରେ କାମ କରୁଛି 'ଗ୍ଲୋବାଲ୍ ଗ୍ରିନ୍ ଗ୍ରୋଥ୍ ଇନ୍‌ଷ୍ଟିଚ୍ୟୁଟ୍' (ଜିଜିଜିଆଇ)।

ଏହି ସଂଗଠନ ପରିବେଶ ସୁରକ୍ଷା ଓ ଅର୍ଥନୈତିକ ବିକାଶକୁ ଏକାଠି ନେଇ ଆଗକୁ ବଢ଼ିବାର ରାସ୍ତା ଦେଖାଉଛି।

Advertisment Tribal worker: ରାମ୍‌କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ ଗ୍ଲୋବାଲ୍ ଗ୍ରିନ୍ ଗ୍ରୋଥ୍ ଇନ୍‌ଷ୍ଟିଚ୍ୟୁଟ୍ ୨୦୧୦ ମସିହାରେ ଦକ୍ଷିଣ କୋରିଆରେ ଏକ ଗବେଷଣା ସଂସ୍ଥା ଭାବେ ଆରମ୍ଭ ହୋଇଥିଲା।

୨୦୧୨ ମସିହାରେ ବ୍ରାଜିଲ୍‌ର ରିଓ ଡି ଜାନେରିଓଠାରେ ଅନୁଷ୍ଠିତ 'ରିଓ+୨୦' ସମ୍ମିଳନୀ ପରେ ଏହା ଏକ ଅନ୍ତର୍ଜାତୀୟ ସରକାରୀ ସଂଗଠନର ରୂପ ନେଇଥିଲା।

ଏହାର ମୁଖ୍ୟ କାର୍ଯ୍ୟାଳୟ ଦକ୍ଷିଣ କୋରିଆର ସିଓଲ୍‌ରେ ରହିଛି।

୨୦୨୫ ଶେଷ ସୁଦ୍ଧା ଏହାର ୫୦ରୁ ଅଧିକ ସଦସ୍ୟ ଦେଶ ଓ ୨୯ଟି ସହଯୋଗୀ ଦେଶ ଥିଲେ।

'ଜିଜିଜିଆଇ' ବିଭିନ୍ନ ଦେଶକୁ ପରିବେଶ ଅନୁକୂଳ ଯୋଜନା ପ୍ରସ୍ତୁତ କରିବା ଓ ତାହାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରେ।

ଏହାର ମୁଖ୍ୟ କାର୍ଯ୍ୟକ୍ଷେତ୍ର ହେଉଛି ସୌର ଓ ପବନ ଶକ୍ତିର ବ୍ୟବହାର, ସ୍ଥାୟୀ କୃଷି, ଜଳ ଓ ଜଙ୍ଗଲ ସୁରକ୍ଷା, ପରିବେଶ ଅନୁକୂଳ ସହର ନିର୍ମାଣ ଏବଂ ସବୁଜ ନିଯୁକ୍ତି ସୃଷ୍ଟି।

ଏହା ସବୁଜ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଓ ନୂଆ ପ୍ରଯୁକ୍ତି ଯୋଗାଡ଼ କରିବାରେ ମଧ୍ୟ ଦେଶଗୁଡ଼ିକୁ ସହଯୋଗ କରେ।

Cyclone: ଶୂନ ମୃତାହତ ଆମର ଲକ୍ଷ୍ୟ, ୧୧,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବ: ଜିଲ୍ଲାପାଳ 'ଜିଜିଜିଆଇ'ର ୨୦୨୫ରେ ପ୍ରକାଶିତ ତଥ୍ୟ ଅନୁସାରେ, ୨୦୨୪ ମସିହାରେ ଏହା ୪୭ଟି ଦେଶରେ ୨୭୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲା।

ସେହି ବର୍ଷ ୪.୧ ବିଲିୟନ୍‌ ଆମେରିକୀୟ ଡଲାର୍‌ର ସବୁଜ ନିବେଶ ପ୍ରତିଶ୍ରୁତି ହାସଲ କରିଥିଲା।

୨୦୧୫ରୁ ୨୦୨୪ ମଧ୍ୟରେ ଏହି ନିବେଶ ପ୍ରତିଶ୍ରୁତିର ମୋଟ ପରିମାଣ ୧୪.୫ ବିଲିୟନ୍‌ ଡଲାରରୁ ଅଧିକ ଥିଲା।

ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ହେଉଛି ପ୍ରଦୂଷଣ କମାଇବା, ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ଓ ନୂଆ ରୋଜଗାର ସୃଷ୍ଟି କରିବା।

ଏହାର ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ରଣନୀତିରେ ଜଳବାୟୁ ସୁରକ୍ଷା, ସବୁଜ ନିବେଶ, ନୂଆ ପ୍ରଯୁକ୍ତି, ଦକ୍ଷ ମାନବ ସମ୍ବଳ ଓ ମହିଳା-ପୁରୁଷ ସମାନତାକୁ ଗୁରୁତ୍ୱ ଦିଆଯାଇଛି।

ଜଳବାୟୁ ପରିବର୍ତ୍ତନ ଆଜି ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା।

ଏହାର ମୁକାବିଲା ପାଇଁ କେବଳ ସରକାର ନୁହେଁ, ସାଧାରଣ ଜନତା, ଶିଳ୍ପ ସଂସ୍ଥା ଓ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକର ସହଯୋଗ ମଧ୍ୟ ଆବଶ୍ୟକ।

'ଜିଜିଜିଆଇ'ର ମୂଳ ବାର୍ତ୍ତା ହେଉଛି ପରିବେଶକୁ ସୁରକ୍ଷା ଦେଇ ମଧ୍ୟ ଅର୍ଥନୀତିର ଉନ୍ନତି କରାଯାଇପାରିବ।

ଦାରିଦ୍ର୍ୟ ହ୍ରାସ, ନୂଆ ନିଯୁକ୍ତି ସୃଷ୍ଟି ଓ ପ୍ରକୃତିର ସୁରକ୍ଷାକୁ ଏକାଠି କରିପାରିଲେ ହିଁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।