Environmental warrior: ପରିବେଶ ଯୋଦ୍ଧା: ଆବର୍ଜନାରେ ସମ୍ଭାବନା ଦେଖନ୍ତି ମାନ୍ୟା
"ଆମେ ଯାହାକୁ "ଆବର୍ଜନା" କହି ଫିଙ୍ଗିଦେଉ, ମାନ୍ୟା ସେଥିରେ ଦେଖନ୍ତି ଏକ ନୂଆ ସମ୍ଭାବନା।
ଜେଜେମା"ଙ୍କ ପୁରୁଣା ଶାଢ଼ିରୁ ଆରମ୍ଭ ହୋଇଥିବା ତାଙ୍କ ଅଭିଯାନ ଆଜି ପିଆଜ ଚୋପାକୁ କାଗଜରେ ପରିଣତ କରିବାରେ ପହଞ୍ଚିଛି।
୧୫ ବର୍ଷୀୟା ମାନ୍ୟା ହର୍ଷାଙ୍କ ସଫଳତା ପଛେର ଥିଲା ପ୍ରଶ୍ନଟିଏ- “ଯାହାକୁ ଆମେ ଫିଙ୍ଗି ଦେଉଛୁ, ସେଥିରୁ ଆଉ କିଛି ନୂଆ ତିଆରି ହୋଇପାରିବ କି?” ଏହି ପ୍ରଶ୍ନର ଉତ୍ତର ଖୋଜି ବେଙ୍ଗାଲୁରୁର ଏହି କିଶୋରୀ ଆଜି ଆବର୍ଜନାକୁ ନୂଆ ରୂପ ଦେବାର ପ୍ରୟାସ ଜାରି ରଖିଛନ୍ତି।
Advertisment Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ମାନ୍ୟାଙ୍କ ଜେଜେମା ଭି.
ରୁଦ୍ରମ୍ମା ପୁରୁଣା ଶାଢ଼ି କିମ୍ବା କପଡ଼ାକୁ କେବେ ଫିଙ୍ଗି ଦେଉ ନଥିଲେ।
ପୁରୁଣା କପଡ଼ାକୁ ସିଲେଇ କରି ସେଥିରୁ ବ୍ୟାଗ୍ ତିଆରି କରୁଥିଲେ ଏବଂ ସେହି ବ୍ୟାଗ୍ ନେଇ ବଜାରକୁ ଯାଉଥିଲେ।
ଛୋଟବେଳେ ଜେଜେମା"ଙ୍କ ଏହି ଅଭ୍ୟାସକୁ ଦେଖିଦେଖି ମାନ୍ୟାଙ୍କ ମନରେ ପରିବେଶ ପ୍ରତି ଏକ ଭିନ୍ନ ଚେତନାର ମଞ୍ଜି ବୁଣି ହୋଇଥିଲା।
୨୦୨୩ରେ ଜେଜେମା"ଙ୍କ ଦେହାନ୍ତ ପରେ ସେହି ସ୍ମୃତିକୁ କେବଳ ମନରେ ରଖି ନଥିଲେ ମାନ୍ୟା, ତାହାକୁ ଏକ ଅଭିଯାନର ରୂପ ଦେଇ ଆରମ୍ଭ କଲେ "ଗ୍ରାଣ୍ଡମା"ସ୍ ଗ୍ରିନ୍ ୱିଭ୍"।
ଏହି ଅଭିଯାନ ମାଧ୍ୟମରେ ପୁରୁଣା ଶାଢ଼ି ଓ ବେଡ୍ସିଡ୍ ସଂଗ୍ରହ କରାଯାଇଥିଲା।
ପରେ ସ୍ଥାନୀୟ ଦର୍ଜୀମାନଙ୍କ ସହଯୋଗରେ ସେଗୁଡ଼ିକୁ ପୁନଃବ୍ୟବହାରଯୋଗ୍ୟ ବ୍ୟାଗ୍ରେ ପରିଣତ କରାଗଲା।
Anna Hazare: ଆନ୍ନା ହଜାରେ ଅସୁସ୍ଥ; ଭୂତାଣୁ ସଂକ୍ରମଣ ଓ ଡିହାଇଡ୍ରେସନ୍ ଯୋଗୁଁ ବମ୍ବେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ଏହି ପ୍ରୟାସରେ ଏପର୍ଯ୍ୟନ୍ତ ୨,୨୦୦ରୁ ଅଧିକ ଶାଢ଼ି ଓ ୨୩୦ଟି ବେଡ୍ସିଡ୍ ସଂଗ୍ରହ ହୋଇଛି।
ସେଥିରୁ ୨୮,୦୦୦ରୁ ଅଧିକ କପଡ଼ା ବ୍ୟାଗ୍ ତିଆରି ହୋଇଛି।
ପ୍ରାୟ ୧.୨ ଟନ୍ କପଡ଼ାକୁ ଅପଚୟ ହେବାରୁ ରୋକିବା ସହ ପ୍ରାୟ ୨.୪୫ ଲକ୍ଷ ପ୍ଲାଷ୍ଟିକ୍ ବ୍ୟାଗ୍ର ବ୍ୟବହାର ଏଡ଼ାଇବାରେ ମଧ୍ୟ ଏହି ଅଭିଯାନ ସହାୟକ ହୋଇଛି।
କିନ୍ତୁ ମାନ୍ୟାଙ୍କ ପାଇଁ "ଆବର୍ଜନା"ର ସୀମା କେବଳ ପୁରୁଣା କପଡ଼ାରେ ଅଟକି ନାହିଁ।
ରୋଷେଇ ଘରେ ପଡ଼ିଥିବା ପିଆଜ ଚୋପାକୁ ଦେଖି ଦିନେ ତାଙ୍କ ମନରେ ଆସିଲା ଏକ ସରଳ, କିନ୍ତୁ ଅସାଧାରଣ ପ୍ରଶ୍ନ “ପିଆଜ ଚୋପାରୁ କାଗଜ ତିଆରି ହୋଇପାରିବ କି?” ପାଣି, କାଗଜ ମଣ୍ଡ ଓ ଏକ ଚାଲୁଣୀ ନେଇ ମାନ୍ୟା ଆରମ୍ଭ କଲେ ନିଜର ପରୀକ୍ଷଣ।
ପିଆଜ ଚୋପା ପରେ ତାଙ୍କ ପରୀକ୍ଷାର ତାଲିକାରେ ଯୋଡ଼ିହେଲା ରସୁଣ, ମକା, ମଟର, ନଡ଼ିଆ, ଧନିଆ ଡାଳ ଓ ସାଇଟ୍ରସ୍ ଚୋପା।କୋଭିଡ୍ ଲକଡାଉନ୍ ସମୟରେ ଆରମ୍ଭ ହୋଇଥିବା ଏହି ଛୋଟ ପରୀକ୍ଷଣ ଧୀରେଧୀରେ ମାନ୍ୟାଙ୍କ ଜୀବନଦର୍ଶନରେ ପରିଣତ ହୋଇଛି।
ମାତ୍ର ଆଠ ବର୍ଷ ବୟସରୁ ସେ ପରିବେଶ ସୁରକ୍ଷା ନେଇ କହିଆସୁଛନ୍ତି।
ସ୍କୁଲ୍ କର୍ମଶାଳାରେ ସେ ପିଲାମାନଙ୍କୁ ବିହନ ଓ ପେନସିଲ୍ଠାରୁ ଆରମ୍ଭ କରି ବିଭିନ୍ନ ପରିବେଶ ଅନୁକୂଳ ସାମଗ୍ରୀ ତିଆରି ଶିଖାନ୍ତି।
ମାନ୍ୟାଙ୍କ ମତରେ, ଏହା ଦୈନନ୍ଦିନ ଅଭ୍ୟାସ ଆମ ଜୀବନଶୈଳୀରେ ପ୍ରତିଫଳିତ ହେବା ଦରକାର।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।