EPFO Launches WhatsApp Services: ଏଣିକି ହ୍ୱାଟ୍ସଆପ୍ରେ ମିଳିବ EPFO ସେବା, ଘରେ ବସି ଜାଣନ୍ତୁ PF ବାଲାନ୍ସ
ଏଣିକି ହ୍ୱାଟ୍ ସଆପ୍ ଜରିଆରେ ମିଳିବ EPFO ସେବା।
EPFO ଆକାଉଣ୍ଟର ପାସ୍ ବୁକ୍ ଯାଞ୍ଚ୍ ସହ କାରବାର ସମ୍ପର୍କରେ ସୂଚନା ପାଇ ପାରିବେ ଉପଭୋକ୍ତା।
କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆ EPFO ସଦସ୍ୟମାନଙ୍କ ପାଇଁ WhatsApp ସେବା ଆରମ୍ଭ କରିଛନ୍ତି, ଯାହା ଦ୍ବାରା PF ବାଲାନ୍ସ ଯାଞ୍ଚ କରିପାରିବେ, ପାସବୁକ୍ ବିବରଣୀ ପାଇପାରିବେ ଏବଂ ସେମାନଙ୍କର ଶେଷ ପାଞ୍ଚଟି କାରବାର ମଧ୍ୟ ଦେଖିପାରିବେ।
ଏହି ସୁବିଧା PMVBRY ଯୋଜନା ଅଧୀନରେ ପ୍ରଦାନ କରାଯିବ।
Advertisment ଫଳରେ EPFO ଗ୍ରାହକମାନଙ୍କୁ ଆଉ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟ ସୂଚନା ପାଇବାକୁ EPFO କାର୍ଯ୍ୟାଳୟକୁ ଯିବାକୁ ପଡ଼ିବନି।
ସେହିଭଳି ୧ ହଜାର ଟଙ୍କା ପର୍ଯ୍ୟନ୍ତ ଥିବା ଅଚଳ ଆକାଉଣ୍ଟରେ କ୍ଲେମ୍ ମଧ୍ୟ ହ୍ବାଟ୍ସ ଆପ୍ ଜରିଆରେ କରିହେବ।
ଆଜି ନୂଆଦିଲ୍ଲୀରେ EPFOର ୭୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ନୂଆ ସେବା ଓ ସୁବିଧା ଆରମ୍ଭ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।