European Aviation on High Alert: ମଝି ଆକାଶରେ ବୋମା ଆତଙ୍କ, ୟୁରୋପର ୨୦ରୁ ଅଧିକ ଫ୍ଲାଇଟକୁ ଧମକ
ମଝି ଆକାଶରେ ବିମାନରେ ବୋମା ଆତଙ୍କ।
୨୦ରୁ ଅଧିକ ଫ୍ଲାଇଟକୁ ବୋମା ଧମକ ପରେ ୟୁରୋପର ବିଭିନ୍ନ ଦେଶରେ ବିମାନ ସେବା ଗୁରୁତର ପ୍ରଭାବିତ।
କେଉଁଠି ଫ୍ଲାଇଟ୍ ଡାଇଭର୍ଟ ତ କେଉଁଠି କ୍ୟାନସଲ୍ ତ ଆଉ କେଉଁଠି ଏମର୍ଜେନ୍ସି ଲାଣ୍ଡିଂ କରିଛି।
ଏଇ ସପ୍ତାହରେ ତୃତୀୟ ଥର ପାଇଁ ଏଭଳି ଧମକ ଘଟଣା ସାମନାକୁ ଆସିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଡବଲିନରୁ ମିଲାନ୍ ପର୍ଯ୍ୟନ୍ତ ୩ ଦିନରେ ୨୦ରୁ ଅଧିକ ବିମାନକୁ ବୋମା ଧମକ ମିଳିଛି।
Advertisment ଟାର୍ଗେଟ୍ ହୋଇଥିବା ୟୁରୋପୀୟ ବିମାନ କମ୍ପାନୀଗୁଡ଼ିକ କୋପେନହେଗେନ୍, ଡବଲିନ୍, ମାଡ୍ରିଡ୍, ମିଲାନ୍, ରୋମ୍,ଏବଂ ଭିଏନା ଭଳି ଆଉ କିଛି ୟୁରୋପୀୟ ସହରରୁ ଯାତ୍ରା କରୁଥିଲେ।
ମିଳିଥିବା ସୂଚନା ଅନୁସାରେ ବୋମା ଧମକ ମିଳିଥିବା ସମସ୍ତ ବିମାନ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି।
ଏପର୍ଯ୍ୟନ୍ତ କରାଯାଇଥିବା ସୁରକ୍ଷା ଯାଞ୍ଚରେ କୌଣସି ବିସ୍ଫୋରକ କିମ୍ବା ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ।
କର୍ତ୍ତୃପକ୍ଷ ଅନେକ ଧମକକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।