Ex-Inmates, Warden Together: ଏକାଠି ବୁଲୁଛନ୍ତି ଜେଲ୍ ୱାର୍ଡର-ଦୁର୍ଦ୍ଦାନ୍ତ ଅପରାଧୀ; ଭୋଜି ସହ ଚାଲୁଛି ପାର୍ଟି, ଦେଖନ୍ତୁ ଭିଡ଼ିଓ

Jul 02, 2026 - 12:38
Ex-Inmates, Warden Together: ଏକାଠି ବୁଲୁଛନ୍ତି ଜେଲ୍ ୱାର୍ଡର-ଦୁର୍ଦ୍ଦାନ୍ତ ଅପରାଧୀ; ଭୋଜି ସହ ଚାଲୁଛି ପାର୍ଟି, ଦେଖନ୍ତୁ ଭିଡ଼ିଓ

ଖୁଲାମଖୁଲା ବୁଲୁଛନ୍ତି ଜେଲ୍ ୱାର୍ଡର ଓ ଅପରାଧୀ। ମିଳିମିଶି ପାର୍ଟି କରୁଛନ୍ତି, ମଦ ପିଇ ରାସ୍ତାରେ ବୁଲୁଛନ୍ତି। ଏଭିଳି କିଛି ଦୃଶ୍ୟ ସମ୍ବଲପୁର ରେଢାଖୋଲରେ ଘଟିଛି। ରେଢ଼ାଖୋଲ ଜେଲର ଚିଫ୍ ୱାର୍ଡର ଦିଲୀପ କୁମାର ଦାସ କଏଦୀଙ୍କ ସହ ବୁଲୁଛନ୍ତି। ତାପୁଣି ବିଚ୍ ରାସ୍ତା ଉପରେ ଭିଡିଓ ସୁଟ୍ କରୁଛନ୍ତି, ଖୁଲମଖୁଲା ବୁଲୁଛନ୍ତି ଆଉ ତାଙ୍କ ହାବଭାବ ଦେଖିଲେ ଲାଗୁଛି ସେ ଯେମିତି ମଦ୍ୟପାନ କରିଛନ୍ତି। 

ଏମିତି ସେମିତି କଏଦୀ ନୁହଁନ୍ତି ଏମାନେ। ବିହାରୀ ଦୁର୍ଦ୍ଦାନ୍ତ ଗଞ୍ଜେଇ ମାଫିଆ ଅଖିଳାନନ୍ଦ ମିଶ୍ରା ଓ ସୁନିଲ ଶଙ୍କର। ଯେଉଁମାନେ କିଛି ଦିନ ତଳେ ଜେଲରେ ଥିଲେ, ବେଲରେ ଏବେ ବାହାରିଛନ୍ତି। ଅଭିଯୁକ୍ତ ଜାମିନରେ ବାହାରିବା ପରେ ସେମାନଙ୍କ ସହ ବୁଲୁଛନ୍ତି ରେଢାଖୋଲର ଜେଲର ଚିଫ ୱାର୍ଡର ଦିଲିପ କୁମାର ଦାସ। 

କୁହାଯାଉଛି, ଜେଲ ଭିତରେ ଅଭିଯୁକ୍ତଙ୍କୁ ଖାଇବା ପିଇବା ସହିତ, କେସ ଲଢିବା ପାଇଁ ଓକିଲଙ୍କ ସୁବିଧା ଯୋଗାଇ ଦିଅନ୍ତି ଚିଫ ୱାର୍ଡର ଦିଲିପ କୁମାର ଦାସ। ଏନେଇ ଦିଲୀପଙ୍କ ପ୍ରତିକ୍ରିୟା କିମ୍ବା ରେଢାଖୋଲ ଜେଲ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।