Extra Classes Planned To Recover Academic Losses: ପ୍ରବଳ ବର୍ଷାରେ ୭ ଜିଲ୍ଲାରେ ସ୍କୁଲ ବନ୍ଦ, ଆହୁରି ବଢ଼ିପାରେ ଛୁଟି
ରାଜ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସ୍କୁଲକୁ ଛୁଟି କରିଥିଲେ ଜିଲ୍ଲାପାଳ। ଆହୁରି ଦିନେ କି ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ। ବାରମ୍ବାର ଅତ୍ୟଧିକ ବର୍ଷା ପାଇଁ ସ୍କୁଲ ବନ୍ଦ ରହୁଛି। ଫଳରେ ଶିକ୍ଷା ବର୍ଷ ପ୍ରଭାବିତ ହେବା ସହ ପିଲାଙ୍କ ପାଠ ପଢା ମଧ୍ୟ ପ୍ରଭାବିତ ହୋଇଛି। ଆବଶ୍ୟକ ପଡିଲେ Extra Class କରି ପିଲାଙ୍କ କ୍ଷତି ହୋଇଥିବା ପାଠକୁ ଭରଣା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ଦକ୍ଷିଣ ଓଡିଶା ବର୍ଷା ଯୋଗୁ ଅଧିକ ପ୍ରଭାବିତ ହୋଇଛି। ମାଲାକାନଗିରିର ୪ଟି ବ୍ରିଜ୍ ଉପରେ ପାଣି ଚାଲିଛି। ସେଥିପାଇଁ ଏନଏଚ ଗୁଡିକୁ ବନ୍ଦ କରାଯାଇଛି। ନାମକୋଣ୍ଡା ଗାଁରେ ପାଣି ପଶିବାରୁ ଲୋକଙ୍କୁ ଉଦ୍ଧାର କରାଯାଉଛି। ବିଶେଷ କ୍ଷୟକ୍ଷତି ହୋଇନାହିଁ। କୋରାପୁଟ, ନବରଙ୍ଗପୁରରେ ବିଶେଷ ପ୍ରଭାବିତ ହୋଇନି। ପଞ୍ଚାୟତିରାଜ ମନ୍ତ୍ରୀ ମାଲାକନଗିରି ଗସ୍ତ କରିଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ବର୍ଷା ପାଇଁ ବଢ଼ିପାରେ ସ୍କୁଲ ଛୁଟି
ଦିନେ କି ଦୁଇ ଦିନ ବଢିପାରେ ଛୁଟି
ସ୍କୁଲ ଛୁଟି ପାଇଁ ଶିକ୍ଷା ବର୍ଷ ପ୍ରଭାବିତ
Extra class ଜରିଆରେ ଭରଣା ହେବ ପାଠ
ଅତ୍ୟଧିକ ବର୍ଷା ପାଇଁ ଦୁଇ ଦିନ ଛୁଟି ଘୋଷଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।