Facebook Live Triggers Storm: ଫେସବୁକ୍ ଲାଇଭ୍ କରି ନିଲମ୍ୱିତ ହେଲେ କର୍ପୋରେଟର୍, କହିଲେ ମେୟରଙ୍କ ଅଧିକାର ନାହିଁ

Oct 27, 2026 - 18:03
Facebook Live Triggers Storm: ଫେସବୁକ୍ ଲାଇଭ୍ କରି ନିଲମ୍ୱିତ ହେଲେ କର୍ପୋରେଟର୍, କହିଲେ ମେୟରଙ୍କ ଅଧିକାର ନାହିଁ

ଭୁବନେଶ୍ବର ୩୭ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲଙ୍କୁ ନିଲମ୍ବନ କଲେ ମେୟର ସୁଲୋଚନା ଦାସ।

କର୍ପୋରେସନ ବୈଠକରେ ଫେସବୁକ୍ ଲାଇଭ୍ କରିବାରୁ ନିଲମ୍ବିତ କଲେ ମେୟର।

ଆଜି ବିଏମସିରେ କର୍ପୋରେସନ ବୈଠକ ଚାଲିଥିବାବେଳେ ବନ୍ଦିତା ଫେସ୍ ବୁକ୍ ଲାଇଭ୍ କରି ବିଭିନ୍ନ ପ୍ରଶ୍ନ କରିଥିଲେ।

ଏହାପରେ ବନ୍ଦିତାଙ୍କୁ ନିଲମ୍ବିତ କରାଯାଇଛି।

ଯାହାକୁ ନେଇ ଅନ୍ୟ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିଥିଲେ।

କର୍ପୋରେଟରଙ୍କୁ ନିଲମ୍ବନ କରିବାର ଅଧିକାର ମେୟରଙ୍କ ନାହିଁ ବୋଲି କହିଛନ୍ତି ବନ୍ଦିତା।

Advertisment ଆଜି ବୈଠକ ବେଳେ ସଫେଇ ଟେଣ୍ଡରକୁ ନେଇ ହଟ୍ଟଗୋଳ ହୋଇଛି।

ବୈଠକ ଅଧାରୁ ନାରାବାଜି କରିବା ପରେ ଏକାମ୍ର ହଲରେ ଧାରଣା ଦେଇଛନ୍ତି କର୍ପୋରେଟର।

ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିଛନ୍ତି ମେୟର ଓ କମିଶନର।

ୱାର୍ଡରେ ଦୀର୍ଘ ଦିନ ଅଳିଆ ସଫା ନହେବାରୁ ୱାର୍ଡବାସୀ କର୍ପୋରେଟରଙ୍କ ପାଖରେ ଅଭିଯୋଗ କରୁଛନ୍ତି।

ଗତ ଫେବୃଆରୀରୁ ଟେଣ୍ଡର ନେଇଥିବା ସଂସ୍ଥାର ଚୁକ୍ତି ଶେଷ ହୋଇଥିଲେ ବି ନୂତନ ଟେଣ୍ଡର ପ୍ରକ୍ରିୟା ଏବେ ଯାଏଁ ଚୂଡାନ୍ତ ହୋଇପାରିନି।

ଗୃହ ଓ ନଗର ଉନ୍ନୟନ ବିଭାଗ ପାଖରେ ସବୁ ଅଟକି ରହିଥିବା କର୍ପୋରେଟର ଅଭିଯୋଗ କରିଛନ୍ତି।

BMC ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ ନିଲମ୍ବିତ କର୍ପୋରେସନ ବୈଠକରେ ଫେସବୁକ୍ ଲାଇଭ୍ କରି ନିଲମ୍ବିତ ବନ୍ଦିତା ପାଲଙ୍କୁ ନିଲମ୍ବିତ କଲେ ମେୟର ସୁଲୋଚନା ଦାସ ଆଜି ବୈଠକ ଚାଲିଥିବା ବେଳେ ଫେସବୁକ୍ ଲାଇଭ କରୁଥିଲେ ବନ୍ଦିତା ଫେସବୁକରେ ଲାଇଭ କରି ବିଭିନ୍ନ ପ୍ରଶ୍ନ କରିଥିଲେ ବୈଠକ ଅଧାରୁ କର୍ପୋରେଟରଙ୍କ ନାରାବାଜି ଏକାମ୍ର ହଲରେ ଧାରଣା ଦେଲେ କର୍ପୋରେଟର Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।