Fake Cop Caught by Police Outside SP Office Premises: ନକଲି ପୋଲିସକୁ ଧରିଲା ଅସଲି ପୋଲିସ୍‌, ବୁଲୁଥିଲା ଏସପି ଅଫିସ ସାମନାରେ

Jul 02, 2026 - 19:08
Fake Cop Caught by Police Outside SP Office Premises: ନକଲି ପୋଲିସକୁ ଧରିଲା ଅସଲି ପୋଲିସ୍‌, ବୁଲୁଥିଲା ଏସପି ଅଫିସ ସାମନାରେ

ଧରାପଡ଼ିଲା ନକଲି ପୋଲିସ ବାବୁ। ପିନ୍ଧିଥିଲା କନଷ୍ଟେବଳ ପୋଷାକ, ଲାଗିଥିଲା ନେମ୍ ପ୍ଲେଟ୍ ବ୍ୟାଚ୍, ମୁହଁରେ ଥିଲା ପୋଲିସ ବାବୁ ଚାହାଣୀ। ହେଲେ ଅସଲି ପୋଲିସ, ନକଲି ପୋଲିସ ବାବୁଙ୍କ ସବୁ ମୁଖା ଖୋଲି ଦେଇଛି। ଅନଗୁଳ ଏସପି ଅଫିସ ସମ୍ମୁଖରେ ଘୂରି ବୁଲୁଥିବା ବେଳେ ଧରିଛି ଟାଉନ୍ ଥାନା ପୋଲିସ।

ବ୍ୟକ୍ତି ଜଣଙ୍କ କନଷ୍ଟେବଳ ପୋଷାକରେ ଥିଲା କିନ୍ତୁ ତାଙ୍କ ହାବଭାବରୁ ସନ୍ଦେହ ହେବାରୁ ପୋଲିସ ପଚରାଉଚରା କରିଥିଲା। ଯାଞ୍ଚ ବେଳେ ଅଭିଯୁକ୍ତଠାରୁ ଓଡ଼ିଶା ପୋଲିସର ନକଲି ଜଏନିଂ ଲେଟର୍ ଜବତ କରାଯାଇଛି। ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ଛେଣ୍ଡିପଦା ଅଞ୍ଚଳର ରବି ନାରାୟଣ ହୋଇଥିବା ସୂଚନା ମିଳିଛି।

ଧରାପଡ଼ିଲା ନକଲି ପୋଲିସ ବାବୁ
ଏସପି ଅଫିସ ଆଗରୁ ଧରାପଡ଼ିଲା ନକଲି ପୋଲିସ
କନଷ୍ଟେବଲ୍ ପୋଷାକରେ ଅଫିସ ଆଗରେ ବୁଲୁଥିଲା ଅଭିଯୁକ୍ତ
ଏସପି ଅଫିସ ନିକଟରେ ବୁଲୁଥିବା ବେଳେ ଧରାପଡ଼ିଲା
ଅଭିଯୁକ୍ତଠାରୁ ଓଡ଼ିଶା ପୋଲିସର ନକଲି ଜଏନିଂ ଲେଟର୍ ଜବତ
ବ୍ୟକ୍ତି ଜଣଙ୍କ ଛେଣ୍ଡିପଦା ଅଞ୍ଚଳର ହୋଇଥିବା ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।