World of Journeys: ଯାତ୍ରା ଦୁନିଆ: ତମେ ଭୁଲିଗଲା ପରେ
"ସୁରିଆ ସାମଲର ସ୍ତ୍ରୀ ଆରତୀ ମେଡ଼ିକାଲ୍ରେ ପୁତ୍ର ସନ୍ତାନଟିଏ ଜନ୍ମଦେଇ ଆଖି ବୁଜିଦିଏ।
ସେଇ ଝଡ଼ବର୍ଷା ରାତିରେ ଗାଁ ମଶାଣିରେ ଆରତୀର ଶେଷ କର୍ମ ସାରି ଫେରିବା ବେଳେ ଏକ କଅଁଳା ଛୁଆର କାନ୍ଦଣା ଶୁଣି ଅଟକି ଯାଆନ୍ତି ସୁରିଆ ଓ ତା"ର ବନ୍ଧୁ ରଜତ।
ପିଲାଟି କାହାର କୁଆଁରୀ ଜୀବନର ପାପ ବୋଲି କହେ ରଜତ।
ହେଲେ ସୁରିଆ କିଛି ନଶୁଣି ଝିଅଟିକୁ ସାଥିରେ ନେଇଆସେ।Advertisment Vedanta: ୩ ବର୍ଷରେ ରାଜ୍ୟରେ ୧ ଲକ୍ଷ କୋଟି ଖଟାଇବ ବେଦାନ୍ତ, ବକ୍ସାଇଟ ଯୋଗାଣ ତ୍ୱରାନ୍ବିତ ନେଇ ବେଦାନ୍ତ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କହେ ମୋ ଆରତୀ ଏଇ ଝିଅ ରୂପରେ ଫେରିଆସିଛି, ମୋ ପୁଅକୁ ଗୋଟେ ଭଉଣୀ ମିଳିଯାଇଛି।
ସୁରିଆ ଦୁଃଖକଷ୍ଟ ସହି ପୁଅ ଆଦର୍ଶ ଓ ପାଳିତା ଝିଅ ତିଥିକୁ ପାଠ ପଢ଼େଇ ବଡ଼ କରେ।
ହେଲେ ସୁଖର ଦିନ ଆରମ୍ଭ ହେବା ଆଗରୁ କାହାଣୀ ନୂଆ ମୋଡ଼ ନିଏ।
ଚାକିରି ପାଇଲା ପରେ ଆଦର୍ଶଠାରୁ ସୁରିଆ ଅଲଗା ହେଇଯାଏ।
ତିଥିର ଜନ୍ମକଲା ମା" ମନ୍ଦାକିନୀ ବୋଲି ଜଣାପଡ଼େ।
ଝିଅ ତିଥି ପାଇଁ ବରପାତ୍ର ଖୋଜିବା ଆଗରୁ ମନ୍ଦାକିନୀ ତାକୁ ଅସତୀ ସଜେଇଦିଏ।
କୋଉ କର୍ମର ପ୍ରତିଶୋଧ ନିଏ ସେ?
ସୁରିଆ ସାମଲ ସହିତ ମନ୍ଦାକିନୀର ଅତୀତରେ କିଛି ସମ୍ପର୍କ ଥିଲା କି ?
Weekly Horoscope 2026 September 27 to October 03: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର ଦେବ କଳିଙ୍ଗ ଗଣନାଟ୍ୟର ନୂଆ ନାଟକ "ତମେ ଭୁଲିଗଲା ପରେ"।
ଏହି ନାଟକ ପପୁ ବ୍ରହ୍ମ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରଞ୍ଜନ ବିଶ୍ୱାଳ।
ଏଥିରେ ମନ୍ଦାକିନୀ ଭୂମିକାରେ କବିତା ଅଭିନୟ କରୁଥିବା ବେଳେ ଆଦର୍ଶ ଭୂମିକାରେ କମଳ ନନ୍ଦ, ତିଥି ଭୂମିକାରେ ସିରିୟଲ୍ ନାୟିକା ଦେବସ୍ମିତା ଏବଂ ସୁରିଆ ସାମଲ ଭୂମିକାରେ ସପନୀଙ୍କ ଅଭିନୟ ଖୁବ୍ ଚମତ୍କାର ହେଇଛି।-ନାରାୟଣ କୁମାର ରାଉତରାୟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।