Family Dispute Turns Violent: ବଚସାରୁ ଉଗ୍ର ରୂପ, ଭିଣୋଇକୁ ହାଣିଲା ଶଳା
ପାରିବାରିକ ବିବାଦକୁ ନେଇ ଭିଣୋଇକୁ ହାଣିଲା ଶଳା। ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ। ଗ୍ରାମର ରାମ ସିଂ ଏବଂ ତାଙ୍କର ଭିଣୋଇ କାହ୍ନୁ ଚରଣ ସିଂ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବଚସା ଏତେ ତୀବ୍ର ରୂପ ନେଇଥିଲା ଯେ ଏକ ଧାରୁଆ ଅସ୍ତ୍ରରେ ଭିଣୋଇକୁ ଆକ୍ରମଣ କରିଥିଲେ ରାମ ସିଂ। ଭିଣୋଇ କାହ୍ନୁ ଚରଣଙ୍କ ମୁଣ୍ଡ ଏବଂ ବେକରେ ଆଘାତ ଲାଗିଛି।
ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଶଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଭିଣୋଇ କାହ୍ନୁ ଦୀର୍ଘ ଦିନ ହେବ ତାଙ୍କ ଶ୍ୱଶୁର ଘରେ ରହୁଥିବା ବେଳେ ଅନେକ ସମୟରେ ଶଳା ଓ ଭିଣୋଇଙ୍କ ମଧ୍ୟରେ ପୂର୍ବରୁ ଝଗଡା ହେଉଥିବା କୁହାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।