Farmer's Daughter Roshibina Devi Creates History: ରୋଶିବିନାଙ୍କ ହାତରେ ଐତିହାସିକ ରୌପ୍ୟ, ଜିତିଲେ ତୃତୀୟ ଏସିଆନ୍ ଗେମ୍ସ ପଦକ
ୱୁଶୁରେ ଇତିହାସ ରଚିଲେ ରୋଶିବିନା ଦେବୀ । ଏସିଆନ୍ ଗେମ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତି ନୂଆ ରେକର୍ଡ କରିଛନ୍ତି ମଣିପୁରର ରୋଶିବିନା । ୱୁଶୁରେ ୩ଟି ଏସିଆନ୍ ଗେମ୍ସ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ।
ମହିଳା ୬୦ କେଜି ସାଣ୍ଡା ଫାଇନାଲରେ ରୋଶିବିନା ଚୀନ୍ର ଝାଙ୍ଗ ଜିଆଓୟୁଙ୍କଠାରୁ ୦-୨ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଏହା ପୂର୍ବରୁ ସେ ୨୦୧୮ ଜାକର୍ତ୍ତା-ପାଲେମ୍ବାଙ୍ଗରେ ବ୍ରୋଞ୍ଜ୍ ଏବଂ ୨୦୨୩ ହାଙ୍ଗଝୋରେ ରୌପ୍ୟ ଜିତିଥିଲେ ।
ମଣିପୁରର ଜାତିଗତ ହିଂସା ତାଙ୍କ ପ୍ରସ୍ତୁତିକୁ ପ୍ରଭାବିତ କରିଥିବା ରୋଶିବିନା କହିଛନ୍ତି । ଜଣେ କୃଷକଙ୍କ ଝିଅ ଭାବେ ମାତାପିତାଙ୍କ ତ୍ୟାଗକୁ ମନେ ପକାଇ ସେ କହିଛନ୍ତି, ତାଙ୍କ ପରିବାର ନିଜ ସୁବିଧା ଛାଡ଼ି ତାଙ୍କୁ ଖେଳ ଜାରି ରଖିବାରେ ସହଯୋଗ କରିଛି । ଏହି ରୌପ୍ୟ ପଦକ ତାଙ୍କ ପାଇଁ ଅତ୍ୟନ୍ତ ଖାସ୍ ବୋଲି ସେ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।