Farmers Resort to Road Protest: ମଣ୍ଡିରେ ପଡ଼ି ରହିଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଧାନ, ରାସ୍ତା ଅବରୋଧ କରି ଚାଷୀଙ୍କ ପ୍ରତିବାଦ

Jun 30, 2026 - 14:15
Farmers Resort to Road Protest: ମଣ୍ଡିରେ ପଡ଼ି ରହିଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଧାନ, ରାସ୍ତା ଅବରୋଧ କରି ଚାଷୀଙ୍କ ପ୍ରତିବାଦ

ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକ କରି ଚାଷୀଙ୍କ ପ୍ରତିବାଦ। ନୂଆପଡା ଖଡ଼ିଆଳ ଅଞ୍ଚଳର ବିଭିନ୍ନ ମଣ୍ଡିରେ ଧାନ ସବୁ ପଡ଼ି ରହିଛି। ଏନେଇ ଗତ ୧୬ ତାରିଖ ଦିନ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ତିନି ଦିନ ମଧ୍ୟରେ ଧାନ ଉଠାଣ ପାଇଁ ସେଦିନ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। କିନ୍ତୁ ଧାନ ଉଠାଣ ନହେବାରୁ ପୁଣି ଥରେ ରାସ୍ତା ଅବରୋଧ କରିଛନ୍ତି। ଖଡ଼ିଆଳ କଣ୍ଟାବାଞ୍ଜି ରାସ୍ତା ଅରେଡା ଛକ ଠାରେ ଓ ଖଡ଼ିଆଳ ବ୍ଲକ ଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା। 

ଅରେଡା ମଣ୍ଡିରେ ପ୍ରାୟ ୩୦ ହଜାର ପ୍ୟାକେଟ ଧାନ ପଡ଼ି ରହିଛି। ସେହିପରି ବିଜେପୁର ମଣ୍ଡିରେ ପାଖାପାଖି ୭୦ ହଜାର ପ୍ୟାକେଟ ଧାନ ପଡ଼ି ରହିଛି। ଏଣୁ ବିଜେପୁର ମଣ୍ଡିର ଚାଷୀମାନେ ଖଡ଼ିଆଳ ବ୍ଲକ ଛକଠାରେ ରାସ୍ତା ଅବରୋଧ କରିଛନ୍ତି । ଧାନ ଉଠାଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଖଡ଼ିଆଳ ବିଡ଼ିଓ ମିଳନ ଝାଙ୍କର ଓ ତହସିଲଦାର ନରସିଂହ ଗାଦବା ଚାଷୀଙ୍କ ସହ ଆଲୋଚନା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।