Farooq Abdullah : ଧାରା ୩୭୦କୁ ନେଇ ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ, କହିଲେ ‘ପାକିସ୍ତାନ ଆମକୁ ବଞ୍ଚାଉଛି’

Oct 24, 2026 - 18:54
Farooq Abdullah : ଧାରା ୩୭୦କୁ ନେଇ ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ, କହିଲେ ‘ପାକିସ୍ତାନ ଆମକୁ ବଞ୍ଚାଉଛି’

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ବାରାମୁଲାରେ ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲାଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି।

ଧାରା ୩୭୦ ବିଷୟରେ କହି ସେ କହିଛନ୍ତି, “ସେମାନେ ସମ୍ପୂର୍ଣ୍ଣ ସ୍ୱାଧୀନ।

ଯେତେବେଳେ ମୁଁ ସେହି କାଗଜପତ୍ର ଦେଖିଲି, ସେତେବେଳେ ସେମାନଙ୍କଠାରୁ ଆପଣ କ'ଣ ଆଶା କରିବେ?

ସେମାନେ ଆପଣଙ୍କୁ ନ୍ୟାୟ ଦେବେ ବୋଲି ଆପଣ ଆଶା କରିବେ କି?” ସାହସ ରଖି ପ୍ରତିରୋଧ କର।

ସାହସ ନ ରଖିଲେ ତୁମେ ଲୋପ ପାଇଯିବ।

ତୁମର ନାମ ଓ ଚିହ୍ନବର୍ଣ୍ଣ ମଧ୍ୟ ରହିବ ନାହିଁ।

ଆଜି ସେମାନେ ଚୁପ୍ ଅଛନ୍ତି, କାରଣ ଦୁନିଆରେ ଶକ୍ତିର ପ୍ରଭାବ ରହିଛି।” ଧାରା ୩୭୦କୁ ନେଇ ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ ସୂଚନାଯୋଗ୍ୟ, ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ପୁନଃ ଲାଗୁ କରିବାକୁ ଦାବି କରିଆସୁଛନ୍ତି।

ଏହି ପ୍ରସଙ୍ଗରେ ସେ ବିବାଦୀୟ ବୟାନ ଦେଇ ପାକିସ୍ତାନ ଆମକୁ ବଞ୍ଚାଉଛି ବୋଲି କହିଛନ୍ତି।

ତାଙ୍କର ଏହି ବୟାନକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି।

ବାରାମୁଲାରେ ବୟାନ ଦେଲେ ଫାରୁକ୍ ଅବଦୁଲ୍ଲା ବାରାମୁଲାରେ ଏକ କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ପାକିସ୍ତାନ ବିଭିନ୍ନ ସ୍ଥାନକୁ ଯାଇ କଶ୍ମୀରବାସୀଙ୍କ ବିଷୟରେ କଥା ହେଉଛି।

ଏହି କାରଣରୁ ଜମ୍ମୁ-କଶ୍ମୀରର ଲୋକମାନେ ବଞ୍ଚି ରହିଛନ୍ତି।

ନଚେତ୍ କଶ୍ମୀରବାସୀଙ୍କ ପ୍ରତି ଭାରତର ଉଦ୍ଦେଶ୍ୟ ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଫାରୁକ୍ ଅବଦୁଲ୍ଲା ଜମ୍ମୁ-କଶ୍ମୀରର ବର୍ତ୍ତମାନର ପ୍ରଶାସନକୁ ମଧ୍ୟ ଟାର୍ଗେଟ୍ କରିଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ଜମ୍ମୁ-କଶ୍ମୀରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ହସ୍ପିଟାଲରେ ସେବା ଦେବାକୁ ପଡ଼ିଥାଏ।

ଯଦି ସେମାନେ ଏପରି ନ କରନ୍ତି, ତେବେ ସେମାନଙ୍କୁ ସରକାରଙ୍କୁ ୪୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ।

ଉପରାଜ୍ୟପାଳଙ୍କୁ ନେଇ କ'ଣ କହିଲେ ଫାରୁକ୍ ଅବଦୁଲ୍ଲା?

ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏହା ଏକମାତ୍ର ରାଜ୍ୟ, ଯେଉଁଠାରେ ଏହି ପ୍ରସଙ୍ଗ ସମ୍ପର୍କିତ ଫାଇଲ୍ ଗତ ଏକ ବର୍ଷ ଧରି ଉପରାଜ୍ୟପାଳଙ୍କ ପାଖରେ ପଡ଼ିରହିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ମେଡିକାଲ୍ ସଂସ୍ଥାଗୁଡ଼ିକର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ ପୂର୍ବରୁ ମେଡିକାଲ୍ ସଂସ୍ଥାର ନିର୍ଦ୍ଦେଶକ ଓ କମିଟି ନିଷ୍ପତ୍ତି ନେଉଥିଲେ ଯେ କେଉଁ ଉପକରଣ କିଣାଯିବ ଏବଂ କେଉଁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ।

ବର୍ତ୍ତମାନର ବ୍ୟବସ୍ଥା ଏହି ସବୁ କ୍ଷମତାକୁ ହଟାଇ ଦେଇଛି।

ବାତ୍ୟା ଆଶଙ୍କାରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ନଭେମ୍ବର ୪ ଓ ୫ରେ ଆସିବେ ଦ୍ରୌପଦୀ ମୁର୍ମୁ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।