FBI Raid: ଆମେରିକା ସାଂସଦ ଇଲହାନ୍ ଓମାରଙ୍କ ବାସଭବନରେ ଏଫବିଆଇ ଚଢ଼ାଉ: ନାଗରିକତା ରଦ୍ଦ ପାଇଁ ତଦନ୍ତ
"ୱାଶିଂଟନ୍: ଆମେରିକାର ମିନେସୋଟା ଡେମୋକ୍ରାଟିକ୍ ସାଂସଦ ଇଲହାନ୍ ଓମାରଙ୍କ ୱାଶିଂଟନ୍ ସ୍ଥିତ ବାସଭବନରେ ଏଫବିଆଇ ପକ୍ଷରୁ ଚଢ଼ାଉ କରାଯିବା ପରେ ସେ ଆଇନଗତ ଏବଂ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ''ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ'' ଅନୁଯାୟୀ, ଟ୍ରମ୍ପ ସରକାର ଓମାରଙ୍କ ଆମେରିକୀୟ ନାଗରିକତା ରଦ୍ଦ କରିବା ପାଇଁ ଆଇନଗତ ଆଧାର ଖୋଜିବାକୁ ଏହି ତଦନ୍ତ ଚଳାଇଛନ୍ତି।
Advertisment ଆଗାମୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ଓମାର ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହାକୁ ରାଜନୈତିକ ପ୍ରତିପକ୍ଷଙ୍କୁ ଡରାଇବାର ଏକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି।
୧୯୯୫ରେ ସୋମାଲିଆରୁ ଶରଣାର୍ଥୀ ଭାବେ ଆସିବା ପରେ ଓମାର କିପରି ନାଗରିକତା ହାସଲ କରିଥିଲେ ଏବଂ ତାଙ୍କ ସ୍ୱର୍ଗତ ପିତା ନୁର ଓମାର ମହମ୍ମଦଙ୍କ ଇମିଗ୍ରେସନ୍ ରେକର୍ଡର ଯାଞ୍ଚ ଚାଲିଛି।
ସୋମାଲିଆରୁ ଶରଣାର୍ଥୀ ଚଢ଼ାଉ ବେଳେ ଏଜେଣ୍ଟମାନେ ଓମାରଙ୍କ ମୋବାଇଲ୍ ଫୋନ୍, ପାସପୋର୍ଟ, ନୋଟବୁକ୍ ଏବଂ କମ୍ପ୍ୟୁଟର ଜବତ କରିବା ସହ ତାଙ୍କ ସମ୍ପର୍କୀୟଙ୍କ ସମେତ ୧୨ରୁ ଅଧିକଙ୍କୁ ସମନ ଜାରି କରିଛନ୍ତି।
ଏହି ଚଢ଼ାଉ ପରେ ଓମାର ''ଏକ୍ସ''ରେ ଲେଖିଛନ୍ତି ଯେ, ଗତ ୧୦ ବର୍ଷ ଧରି ଟ୍ରମ୍ପ ମୋ ବିରୋଧରେ ମିଥ୍ୟା ଷଡ଼ଯନ୍ତ୍ର କରିଆସୁଛନ୍ତି।
ଏହା ମୋତେ ନିଶବ୍ଦ କରିବାର ଏକ ରାଜନୈତିକ ପ୍ରୟାସ, କିନ୍ତୁ ମୁଁ ଚୁପ୍ ରହିବି ନାହିଁ।
ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ ଡେମୋକ୍ରାଟିକ୍ ନେତାମାନେ ମଧ୍ୟ ନିର୍ବାଚନର କିଛି ସପ୍ତାହ ପୂର୍ବରୁ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରିଛନ୍ତି।
୨୦୧୮ରେ ନିର୍ବାଚିତ ଓମାର ହେଉଛନ୍ତି ଆମେରିକା ସଂସଦର ପ୍ରଥମ ମୁସଲିମ୍ ମହିଳା ଏବଂ ପ୍ରଥମ ଆଫ୍ରିକୀୟ ଶରଣାର୍ଥୀ ସାଂସଦ, ଯିଏ ''ଦି ସ୍କ୍ୱାଡ୍''ର ସଦସ୍ୟ ଭାବେ ଟ୍ରମ୍ପଙ୍କ ନୀତିର ଜଣେ ପ୍ରମୁଖ ସମାଲୋଚକ ଅଟନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।