FDI: ଏଫ୍‌ଡିଆଇ ମଞ୍ଜୁରି ସୀମା ୩ ଗୁଣା ବଢ଼ିବ

Aug 09, 2026 - 17:40
FDI: ଏଫ୍‌ଡିଆଇ ମଞ୍ଜୁରି ସୀମା ୩ ଗୁଣା ବଢ଼ିବ

"ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ୫୦୦୦ କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫ୍‌ଡିଆଇ) ନିବେଶ କରିବାକୁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ)ର ମଞ୍ଜୁରି ଆବଶ୍ୟକ ପଡ଼ୁଛି।

ତେବେ ସରକାର ଉକ୍ତ ସୀମାକୁ ୩ ଗୁଣା ବଢ଼ାଇ ୧୫ ହଜାର କୋଟି ଟଙ୍କା କରିବାକୁ ଯୋଜନା କରୁଛନ୍ତି।

ବର୍ତ୍ତମାନ ଏହା ଆଲୋଚନା ପର୍ଯ୍ୟାୟରେ ରହିଛି।ସରକାର ବ୍ୟବସାୟ ବାତାବରଣକୁ ଅନୁକୂଳ କରିବା ଉପରେ କାର୍ଯ୍ୟ କରୁଛନ୍ତି।

ସିସିଇଏ ନିକଟକୁ ପ୍ରସ୍ତାବ ନପଠାଇ ମନ୍ତ୍ରାଳୟଗୁଡ଼ିକ ଯେଭଳି ଅଧିକ ମୂଲ୍ୟର ଏଫ୍‌ଡିଆଇକୁ ଅନୁମତି ଦେଇପାରିବେ ତାହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।

ସିସିଇଏର ବିଚାର ପାଇଁ ପଠାଯାଉଥିବା ଏଫ୍‌ଡିଆଇ ନିବେଶ ପ୍ରସ୍ତାବର ସୀମାକୁ ବୃଦ୍ଧି କରିବା ପାଇଁ ପୂର୍ବରୁ ଏକ ସଚିବସ୍ତରୀୟ କମିଟି ମଧ୍ୟ ସୁପାରିସ କରିଥିଲା।Advertisment ଆହୁରି ପଢନ୍ତୁ: Uric Acid: କେଉଁ ଭୁଲ୍ ଯୋଗୁଁ ବଢ଼ିଥାଏ ୟୁରିକ୍ ଏସିଡ୍?

ଉଲ୍ଲେଖଯୋଗ୍ୟ, ୨୦୦୦ ଏପ୍ରିଲରୁ ୨୦୨୬ ମାର୍ଚ୍ଚ ମଧ୍ୟରେ ଭାରତକୁ ୧.୧୬ ଟ୍ରିଲିଅନ ବା ଲକ୍ଷ କୋଟି ଡଲାରରୁ ଅଧିକ ଏଫ୍‌ଡିଆଇ ଆସିଛି।

ମରିସସ୍‌, ସିଙ୍ଗାପୁର, ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲ୍ୟାଣ୍ଡ୍‌ସ, ଜାପାନ, ବ୍ରିଟେନ ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ ସହିତ ଅନ୍ୟ କେତେକ ଦେଶରୁ ଅଧିକ ନିବେଶ ଆସିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।