18 OCTOBER 2026

Welcome!

Unlock your personalized experience.
Sign Up

Fear of 100% tariff: ଭାରତ ଉପରେ ୧୦୦% ଶୁଳ୍କ ଆଶଙ୍କା ଟଳିଲା: ରୁଷ୍‌ ତେଲ କ୍ରୟ କଟକଣା ସ୍ଥଗିତ ରଖିଲେ ଟ୍ରମ୍ପ

Oct 18, 2026 - 07:02
Fear of 100% tariff: ଭାରତ ଉପରେ ୧୦୦% ଶୁଳ୍କ ଆଶଙ୍କା ଟଳିଲା: ରୁଷ୍‌ ତେଲ କ୍ରୟ କଟକଣା ସ୍ଥଗିତ ରଖିଲେ ଟ୍ରମ୍ପ

ନୂଆଦିଲ୍ଲୀ: ରୁଷ୍‌ଠାରୁ ଅଶୋଧିତ ତୈଳ ଓ ଗ୍ୟାସ୍‌ କିଣୁଥିବା ଦେଶଗୁଡ଼ିକ ଉପରେ ଲାଗୁ ହେବାକୁ ଥିବା ଚଢ଼ା ଶୁଳ୍କ ଓ କଟକଣାକୁ ସ୍ଥଗିତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତ ମାସରେ ଆଇନରେ ପରିଣତ ହୋଇଥିବା ‘ଲିଣ୍ଡସେ ଓ. ଗ୍ରାହାମ୍‌ ସାନ୍‌କ୍ସନିଂ ରୁଷିଆ ଆଣ୍ଡ ଇରାନ୍‌ ଆଇନ, ୨୦୨୬ ଅନୁଯାୟୀ ଲାଗୁ ହେବାକୁ ଥିବା ଏହି ପଦକ୍ଷେପକୁ କାର୍ଯ୍ୟକାରୀ ନ କରିବା ପାଇଁ ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିଛନ୍ତି। ଏହାକୁ ଆମେରିକାର ଜାତୀୟ ସ୍ୱାର୍ଥ ପାଇଁ ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି। 

ଆଇନ ଅନୁଯାୟୀ, ରୁଷ୍‌ରୁ ଅଧିକ ପରିମାଣର ଅଶୋଧିତ ତୈଳ ଓ ଗ୍ୟାସ୍‌ ଆମଦାନି କରୁଥିବା ପାଞ୍ଚଟି ପ୍ରମୁଖ ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାର ବ୍ୟବସ୍ଥା ଥିଲା। ରୁଷ୍‌ରୁ ତୈଳ କିଣୁଥିବା ଭାରତ ଓ ଚୀନ୍‌ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଥିଲା। ନୂଆଦିଲ୍ଲୀ ଏହି ପ୍ରସ୍ତାବିତ ଶୁଳ୍କ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି ଆମେରିକାକୁ ଜଣାଇଥିଲା।  ଆମେରିକାରେ ଇନ୍ଧନ ଦର ବୃଦ୍ଧି ଏବଂ ନଭେମ୍ବରରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଅଧିକ ମୂଲ୍ୟବୃଦ୍ଧି ଆଶଙ୍କା ଏହି ନିଷ୍ପତ୍ତିର ଅନ୍ୟତମ କାରଣ ବୋଲି ବିଶ୍ଳେଷକମାନେ କହିଛନ୍ତି। ଏହା ସତ୍ତ୍ୱେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଆମେରିକାରେ ରାଜନୈତିକ ବିବାଦ ଦେଖାଦେଇଛି। କିଛି ଆଇନପ୍ରଣେତା ଏହାକୁ ରୁଷ୍‌ ଉପରେ ଚାପ କମାଇବାର ପଦକ୍ଷେପ ବୋଲି ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଫଳରେ ରୁଷ୍‌ରୁ ତେଲ ଆମଦାନି କରିବା‌ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହେବନାହିଁ।

ସେହିଭଳି ଆମେରିକାର ଭାରତର ରପ୍ତାନିକାରୀମାନଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାର ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଛି। ଅନ୍ୟ ଏକ ବିଷୟ ହେଲା ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସଂକ୍ରାନ୍ତ ଆଲୋଚନା ଆଗକୁ ବଢ଼ିବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଟ୍ରମ୍ପଙ୍କ ଏହି ଛାଡ଼ ସ୍ଥାୟୀ ନୁହେଁ। ଆମେରିକା ପ୍ରଶାସନ ଭବିଷ୍ୟତରେ ପରିସ୍ଥିତି ଅନୁଯାୟୀ ପୁଣି କଟକଣା ଲାଗୁ କରିପାରିବ। ତେଣୁ ଭାରତ ପାଇଁ ଟ୍ରମ୍ପଙ୍କ ନିଷ୍ପତ୍ତି ତତ୍କାଳ ଆଶ୍ୱସ୍ତି ହୋଇଥିଲେ ମଧ୍ୟ ଆଗାମୀ ଦିନରେ ପୁଣି ଅଡ଼ୁଆରେ ପକାଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।