Female Elephant: କୁଳିଅଣାରେ ଅସୁସ୍ଥ ମାଈ ହାତୀ ଠାବ: ଡାହାଣ ଗୋଡ଼ ଫୁଲିଛି; ଚିକିତ୍ସାକୁ ନେଇ ଚିନ୍ତା

Oct 19, 2026 - 14:29
Female Elephant: କୁଳିଅଣାରେ ଅସୁସ୍ଥ ମାଈ ହାତୀ ଠାବ: ଡାହାଣ ଗୋଡ଼ ଫୁଲିଛି; ଚିକିତ୍ସାକୁ ନେଇ ଚିନ୍ତା

"କୁଳିଅଣା: ଗତକାଲି ଦେଉଳି ରେଞ୍ଜ ଅନ୍ତର୍ଗତ କୁଳିଅଣା ବନପାଳଙ୍କ ଇଲାକାଧୀନ ଶୁଖୁଆପୋଡ଼ା କାଜୁ ଜଙ୍ଗଲରେ ଅସୁସ୍ଥ ମାଈ ହାତୀକୁ ବନପାଳ ଜଗଦୀଶ ସାହୁ ଠାବ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେl ଖବର ପାଇ ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ବିଶ୍ୱାଳ, ଏସଇଏଫ ସେକ ମେହେରବାନ ଅଲ୍ଲୀ, ଦେଉଳି ରେଞ୍ଜର ଜଗଦୀଶ ଦାସ ଓ ଏସଟିଏଫ ବନ୍ୟ ପ୍ରାଣୀ ଚିକିତ୍ସକ ଡ଼ ଅଭିଳାଷ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିଵିଧି ନିରୀକ୍ଷଣ କରିଥିଲେ l ହାତୀଟିର ଡାହାଣ ଗୋଡ଼ଟି ଫୁଲି ଯାଇଛି l ସମ୍ବବତଃ ହାତୀଟି ଖାଲରେ ପଡି ଆହତ ହୋଇଥିବା କଥା କୁହାଯାଉଛି l ତେବେ ହାତୀର ପ୍ରାଥମିକ ଚିକିତ୍ସା ଦିଗରେ ବନବିଭାଗ କଣ ପଦକ୍ଷେପ ଗ୍ରହଣ କରିବ ସେ ନେଇ କୌଣସି ତଥ୍ୟ ପ୍ରକାଶ କରୁନାହିଁ lAdvertisment ଧାନଫସଲ ନଷ୍ଟ କରିଛନ୍ତି ସୂଚନା ଅନୁଯାୟୀ, ଆଜି ଭୋର ସକାଳୁ ବାରିପଦା ରେଞ୍ଜ ଅନ୍ତର୍ଗତ ହଳଦୀବଣି ସେକ୍ସନରୁ ଆସି ଧୋବଣିଶୋଳ ବିଟ ଅଞ୍ଚଳରେ ପ୍ରବେଶ କରି ଧାନଫସଲ ନଷ୍ଟ କରିଛନ୍ତି l ୧୩ଟି ହାତୀର ଦଳରେ ଦୁଇଟି ଦନ୍ତା ହାତୀ, ୫ଟି ମାଈ ହାତୀ, ୬ ଟି ହାତୀ ଶାବକ ଅଛନ୍ତି l ତେବେ ହାତୀଟି କେଉଁ ଗୋଠରେ ଥିଲା ତାହା ବନବିଭାଗ କହିପାରୁ ନାହିଁ l ଏ ବିଷୟରେ ବାରିପଦା ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ଦୃଷ୍ଟିକୁ ଅଣାଯାଇଛି l ଅସୁସ୍ଥ ହାତୀ ନିକଟରେ ବନବିଭାଗ କର୍ମଚାରୀ ନଜର ରଖିଛନ୍ତି l Murder: ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ସନ୍ଦେହ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।