Zomato Food Delivery: ନବରାତ୍ରୀରେ ଡେଲିଭରିରେ ଅବହେଳା: ପନିର ବଦଳରେ ଆସିଲା ଚିକେନ୍
"ବିଲାସପୁର: ନବରାତ୍ରୀ ସମୟରେ ଶାକାହାରୀ ଖାଦ୍ୟ ଅର୍ଡର କରି ଆମିଷ ଖାଦ୍ୟ ପାଇବାକୁ ନେଇ ଛତିଶଗଡ଼ର ବିଲାସପୁରରେ ଏକ ବିବାଦ ସୃଷ୍ଟି ହୋଇଛି।
ଜୋମାଟୋ ମାଧ୍ୟମରେ ପନିର ଟିକ୍କା ବିରିୟାନୀ ଅର୍ଡର କରିଥିବା ଏକ ଶାକାହାରୀ ପରିବାରକୁ ଚିକେନ୍ ବିରିୟାନୀ ଡେଲିଭରି କରାଯାଇଥିବା ଅଭିଯୋଗ ହୋଇଛି।
ଖାଦ୍ୟ ଖାଇବା ସମୟରେ ଭାତ ଭିତରୁ ଚିକେନ୍ ଖଣ୍ଡ ମିଳିବା ପରେ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏହି ଘଟଣାକୁ ନେଇ ସମ୍ପୃକ୍ତ ହୋଟେଲର ଲାଇସେନ୍ସ ବାତିଲ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।Advertisment ସୂଚନା ଅନୁସାରେ, ବିଲାସପୁରର ବାସିନ୍ଦା ପ୍ରଜ୍ଞା ବୈସୱାଡ଼େ ଶନିବାର ଅପରାହ୍ନ ୨ଟା ୪୮ ମିନିଟରେ ଜୋମାଟୋ ମାଧ୍ୟମରେ ହୋଟେଲ ଗ୍ରାଣ୍ଡ ଗୁଲମୋହରରୁ ପନିର ଟିକ୍କା ବିରିୟାନୀ ଅର୍ଡର କରିଥିଲେ।
ଏଥିପାଇଁ ସେ ୪୪୫ ଟଙ୍କା ଦେଇଥିଲେ।
ତେବେ ଡେଲିଭରି ହୋଇଥିବା ଖାଦ୍ୟ ଖାଇବା ସମୟରେ ସେଥିରେ ଚିକେନ୍ ଖଣ୍ଡ ବାହାରିଥିଲା।
ଘଟଣା ଗଭୀର ମାନସିକ ଆଘାତ ଦେଇଛି ପରିବାରର କହିବା ଅନୁସାରେ, ସେମାନେ ସମ୍ପୂର୍ଣ୍ଣ ଶାକାହାରୀ।
ପରିବାରର ଝିଅ କେବେ ଆମିଷ ଖାଦ୍ୟ ଖାଇନଥିବାରୁ ଏହି ଘଟଣା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଛି।
ଘଟଣା ପରେ ଝିଅଟି ଖାଇବା-ପିଇବା ଛାଡ଼ି ଦେଇଛି।ଘଟଣାକୁ ନେଇ ପରିବାର ପକ୍ଷରୁ ହୋଟେଲ ଗ୍ରାଣ୍ଡ ଗୁଲମୋହରର ଖାଦ୍ୟ ପ୍ରସ୍ତୁତି ଓ ପ୍ୟାକିଂ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଇଛି।
ଶାକାହାରୀ ଓ ଆମିଷ ଖାଦ୍ୟ ପ୍ରସ୍ତୁତି ଏବଂ ପ୍ୟାକିଂ ପାଇଁ ପୃଥକ ବ୍ୟବସ୍ଥା ରହିଛି କି ନାହିଁ, ସେନେଇ ମଧ୍ୟ ପରିବାର ସନ୍ଦେହ ପ୍ରକାଶ କରିଛି।
ଏପରି ତ୍ରୁଟି ଯେପରି ଅନ୍ୟ କୌଣସି ଗ୍ରାହକଙ୍କ ସହ ନଘଟେ, ସେଥିପାଇଁ ହୋଟେଲର ଲାଇସେନ୍ସ ବାତିଲ କରିବାକୁ ଦାବି ହୋଇଛି।
Election: ସମ୍ବିଧାନ ଦିବସରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ ଏସ୍ପି: ଅଖିଳେଶ ଦେଲେ ସୂଚନା ଅଭିଯୋଗ ପରେ ହୋଟେଲ ପରିଚାଳନା ପକ୍ଷରୁ କ୍ଷମା ମଗାଯାଇଥିବା ପରିବାରର ସମ୍ପର୍କୀୟମାନେ କହିଛନ୍ତି।
ଅନ୍ୟପକ୍ଷରେ, ହୋଟେଲର ମ୍ୟାନେଜର ଏହି ଘଟଣା ପାଇଁ ଡେଲିଭରି ବୟଙ୍କ ଭୁଲ୍ ବୋଲି କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।