Ferry Catches Fire: ଜାହାଜରେ ଲାଗିଲା ନିଆଁ; ୫ ମୃତ, ୮୦ରୁ ଅଧିକ ନିଖୋଜ

Sep 10, 2026 - 13:11
Ferry Catches Fire: ଜାହାଜରେ ଲାଗିଲା ନିଆଁ; ୫ ମୃତ, ୮୦ରୁ ଅଧିକ ନିଖୋଜ

ଫିଲିପାଇନ୍ସର ପାଲାୱାନ୍ ନିକଟବର୍ତ୍ତୀ ସମୁଦ୍ରରେ ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫିଲିପାଇନ୍ସ କୋଷ୍ଟଗାର୍ଡଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ଅତିକମରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି।

MV ଜୁନ୍ ଆଷ୍ଟର ମନିଲାର ବାସେକୋରୁ ବାହାରି ପାଲାୱାନ୍‌ର କୋରନ୍ ଆଡ଼କୁ ଯାଉଥିବା ସମୟରେ ବୁଧବାର ରାତିରେ ଏଥିରେ ହଠାତ୍ ନିଆଁ ଲାଗିଯାଇଥିଲା। ସେଥିରେ ମୋଟ ୧୩୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୧୭ ଜଣ ଯାତ୍ରୀ ଓ ୧୭ ଜଣ କ୍ରୁ ସଦସ୍ୟ ଥିଲେ। 

ବର୍ତ୍ତମାନ ସୁଦ୍ଧା ୪୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କୋଷ୍ଟଗାର୍ଡର ମୁଖପାତ୍ର କମୋଡୋର ନୋଏମି କାୟାବ୍ୟାବଙ୍କ ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।