Festival: ମହିଳା ଉଦ୍ୟୋଗୀଙ୍କ ପ୍ରଦର୍ଶନୀ ‘ୱି ଉତ୍ସବ ୨୦୨୬’

Oct 04, 2026 - 01:08
Festival: ମହିଳା ଉଦ୍ୟୋଗୀଙ୍କ ପ୍ରଦର୍ଶନୀ ‘ୱି ଉତ୍ସବ ୨୦୨୬’

"ଭୁବନେଶ୍ବର: ଓମେନ ଏଣ୍ଟ୍ରେପ୍ରେନ୍ୟୁଅର ସୋସାଇଟି (ୱି ସୋସାଇଟି) ପକ୍ଷରୁ ଭୁବନେଶ୍ବର କ୍ଲବ୍‌ରେ ଆଜି ପ୍ରଦର୍ଶନୀ ତଥା ସେଲ୍‌ "ୱି ଉତ୍ସବ ୨୦୨୬" ଆୟୋଜନ କରାଯାଇଥିଲା।

ଏଥିରେ ମହିଳା ଉଦ୍ୟୋଗୀମାନଙ୍କ ଉତ୍ପାଦଗୁଡ଼ିକୁ ସାମିଲ କରାଯାଇଥିଲା।

ଉତ୍ସବର ଉଦ୍‌ଘାଟନୀ ସମାରୋହରେ ଅତିଥି ଭାବେ ଭାରତ ବିକାଶ ପରିଷଦର ପୂର୍ବତନ ଜାତୀୟ ସମ୍ପାଦକ ଗୀତା ପଟ୍ଟନାୟକ ଓ ଓମ୍‌ କେଜ୍ରିୱାଲ୍‌ ଆଣ୍ଡ୍‌ ସନ୍ସର ମ୍ୟାନେଜିଂ ପାର୍ଟନର ସ୍ବାତୀ କେଜ୍ରିୱାଲ ଯୋଗଦେଇଥିଲେ।Advertisment ପ୍ରଦର୍ଶନୀରେ ସ୍ଥାପନ କରାଯାଇଥିବା ୨୫ଟି ଷ୍ଟଲ୍‌ରେ ଡିଜାଇନର୍‌ ପୋଷାକ, ଶାଢ଼ି, ବ୍ଲାଉଜ୍‌, ହସ୍ତତନ୍ତ ସାମଗ୍ରୀ, ଶିଶୁଙ୍କ ସାମଗ୍ରୀ, ପଟ୍ଟଚିତ୍ର, ଦୀପାବଳି ଉପହାର, ବେଡ୍‌ସିଟ୍‌, ଘର ସାଜସଜ୍ଜା ସାମଗ୍ରୀ, ଚକୋଲେଟ୍‌, ବେକରି ଉତ୍ପାଦ ଓ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ରହିଥିଲା।

ଗ୍ରାହକମାନଙ୍କ ସହ ସିଧାସଳଖ ଯୋଡ଼ିହେବା ପାଇଁ ମହିଳା ଉଦ୍ୟୋଗୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଉତ୍ସବ ଆୟୋଜନ କରାଯାଇଥିଲା।

Exhibition: ସିଲ୍କ ଇଣ୍ଡିଆ ପ୍ରଦର୍ଶନୀ ଆରମ୍ଭ; ଗ୍ରାହକଙ୍କ ପାଇଁ ରାତି ୮ଟା ୩୦ ପର୍ଯ୍ୟନ୍ତ ଖୋଲା ଏହି ଅବସରରେ ୱି ସୋସାଇଟି-ଭୁବନେଶ୍ବର ଶାଖାର ପ୍ରେସିଡେଣ୍ଟ ବାଣୀ ସୁବୁଦ୍ଧି କାର୍ଯ୍ୟକ୍ରମରେ ଆୟୋଜନରେ ସହଯୋଗ କରିଥିବା ବସୁଧା, ଲତା, କୋମଳ ଓ ମୋନାଲିସାଙ୍କୁ କୃତଜ୍ଞତା ଜଣାଇଥିଲେ।

ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏହି ଧରଣର ସୁଯୋଗ ସୃଷ୍ଟି କରିବାର ଉଦ୍ୟମ ଆଗାମୀ ଦିନରେ ଜାରି ରହିବ ବୋଲି ସେ କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।