Festive Season Boosts GST Revenue: ପାର୍ବଣରେ ବଢ଼ିଲା ଜିଏସ୍ଟି ଆଦାୟ, ଚାରି ବର୍ଷର ରେକର୍ଡ ଭାଙ୍ଗିଲା
ପାର୍ବଣର ମାହୋଲ ଭିତରେ ଦେଶର ଜିଏସ୍ଟି ଆଦାୟରେ ଦେଖିବାକୁ ମିଳିଛି ବଡ଼ ଅଭିବୃଦ୍ଧି।
ଅକ୍ଟୋବର ୨୦୨୬ରେ ମୋଟ ଜିଏସ୍ଟି ସଂଗ୍ରହ ୨୨.୯ ପ୍ରତିଶତ ବଢ଼ି ୨ ଲକ୍ଷ ୩୧ ହଜାର କୋଟି ଟଙ୍କା ଅତିକ୍ରମ କରିଛି।
ନଭେମ୍ବର ୧ରେ ପ୍ରକାଶିତ ତଥ୍ୟ ଅନୁସାରେ, ଗତ ଚାରି ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ସର୍ବାଧିକ ଅଭିବୃଦ୍ଧି।
ଲଗାତାର ଚତୁର୍ଥ ମାସ ପାଇଁ ଜିଏସ୍ଟି ଆଦାୟ ୨ ଲକ୍ଷ କୋଟି ଟଙ୍କା ଉପରେ ରହିଛି।
Advertisment ଏହି ବୃଦ୍ଧି ପଛରେ ଆମଦାନୀରୁ ମିଳିଥିବା ରାଜସ୍ୱର ବଡ଼ ଭୂମିକା ରହିଛି।
ଆମଦାନୀ ଜିଏସ୍ଟି ଆଦାୟ ୪୨.୨ ପ୍ରତିଶତ ବଢ଼ି ୭୨ ହଜାର ୨୪୬ କୋଟି ଟଙ୍କାରେ ପହଞ୍ଚିଛି।
ଅନ୍ୟପଟେ ଦେଶ ଭିତରୁ ଆଦାୟ ହୋଇଥିବା ଜିଏସ୍ଟି ୧୫.୮ ପ୍ରତିଶତ ବଢ଼ି ୧ ଲକ୍ଷ ୫୯ ହଜାର କୋଟି ଟଙ୍କା ହୋଇଛି।
ରିଫଣ୍ଡ୍ ବାବଦରେ ୨୭ ହଜାର ୯୩୪ କୋଟି ଟଙ୍କା ଫେରସ୍ତ ହୋଇଛି।
ରାଜ୍ୟ ଭିତ୍ତିରେ ଦେଖିଲେ, ମହାରାଷ୍ଟ୍ର ୩୫ ହଜାର ୧୫୦ କୋଟି ଟଙ୍କାର ଜିଏସ୍ଟି ଆଦାୟ ସହ ସବୁଠାରୁ ଆଗରେ ରହିଛି।
ଉତ୍ତରପ୍ରଦେଶରେ ୨୪ ପ୍ରତିଶତ ଓ ଆସାମରେ ୪୭ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି।
ତେବେ ତାମିଲନାଡୁରେ ମାତ୍ର ୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ହିମାଚଳ ପ୍ରଦେଶରେ ଆଦାୟ ୨ ପ୍ରତିଶତ ହ୍ରାସ ପାଇଛି।
Advertisment ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ମୋଟ ଜିଏସ୍ଟି ଆଦାୟ ୧୪.୭୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଗତବର୍ଷର ସମାନ ସମୟ ତୁଳନାରେ ଏହା ୧୩.୨ ପ୍ରତିଶତ ଅଧିକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।