Fight: ମନ୍ଦିର ପରିଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ ମାମଲା: ଗାଁ’ରେ ପଇଁତରା ମାରୁଛି ପୁଲିସ
ଭୁବନେଶ୍ବର: ମନ୍ଦିର ବେଢ଼ା ପରିକ୍ରମାକୁ ନେଇ ବଡ଼ରଘୁନାଥପୁର ଓ ମଦନପୁର ଗ୍ରାମ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଏବେ ପୁଲିସ ନିୟନ୍ତ୍ରଣାଧୀନ ଅଛି।
ନୀଳକଣ୍ଠେଶ୍ବର ମନ୍ଦିରରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ଡେରା ପକାଇଥିବା ବେଳେ ଥାନାଧିକାରୀଙ୍କ ନେତୃତ୍ବରେ ଆଉ ଏକ ଟିମ୍ ଉଭୟ ଗାଁରେ ପଇଁତରା ମାରୁଛନ୍ତି।
ଏବେ ବି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ କୌଣସି ପ୍ରକାରର ଅଘଟଣା ତଥା ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛି।
Advertisment Rubbish novel!
ବକୱାସ ନୋବେଲ!
ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ବଡ଼ରଘୁନାଥପୁରସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା ଓ ପୁରୁଣା ପରମ୍ପରାକୁ ନେଇ ଗତ ୪୦ ବର୍ଷ ଧରି ଦୁଇ ଗ୍ରାମ ମଧ୍ୟରେ ବିବାଦ ରହିଛି।
ସୋମବାର ଠାକୁରଙ୍କ ବେଢ଼ା ପରିକ୍ରମା ବେଳେ ଏହା ଉଗ୍ରରୂପ ନେଇଥିଲା।
ମନ୍ଦିର ପ୍ରାଙ୍ଗଣ ରଣକ୍ଷେତ୍ର ପାଲଟିଥିଲା।
ଫଳରେ ଉଭୟ ପକ୍ଷର ପ୍ରାୟ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ।
ସେହିଭଳି ୧୦ରୁ ଅଧିକା ବାଇକ୍ ଭାଙ୍ଗିରୁଜି ଯାଇଥିଲା।
ଆଜି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବାରୁ ଅଘଟଣ ଆଶଙ୍କାରେ ଶ୍ରଦ୍ଧାଳୁ ମନ୍ଦିର ଆସିନାହାନ୍ତି।
ଅପରପଟେ, ଉତ୍ତେଜନା ହ୍ରାସ ପାଇଁ ପୁଲିସ ଓ ସ୍ଥାନୀୟ ମୁରବିମାନେ ଆପୋସ ସମାଧାନ ଉଦ୍ୟମ ଚଳାଇଛନ୍ତି।
ତେବେ ଉଭୟ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଥିବାରୁ ସମାଧାନର ବାଟ ସହଜ ହେଉନାହିଁ।
ଏପରିକି ଉଭୟ ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ଗତକାଲି ଇନ୍ଫୋଭ୍ୟାଲି ଥାନାରେ ୨ଟି ପୃଥକ୍ ମାମଲା ରୁଜୁ ହୋଇଛି।
FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍ଟ୍ୟାଗ୍ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।