Finance Company Notice Exposes Alleged Fraud: ଦୋସ୍ତି ନାଁରେ ଧୋକା, ସାଙ୍ଗ ମା’ଙ୍କ ଫାଇନାନ୍ସ କାର୍ଡରୁ ଦୁଇ ଫୋନ୍

Sep 22, 2026 - 11:16
Finance Company Notice Exposes Alleged Fraud: ଦୋସ୍ତି ନାଁରେ ଧୋକା, ସାଙ୍ଗ ମା’ଙ୍କ ଫାଇନାନ୍ସ କାର୍ଡରୁ ଦୁଇ ଫୋନ୍

ଦୋସ୍ତି ନାଁରେ ଧୋକା ! ବିଶ୍ୱାସ ଜିତି ସାଙ୍ଗ ମା’ଙ୍କ ଫାଇନାନ୍ସ କାର୍ଡରୁ ଦୁଇଟି ଦାମୀ ଫୋନ୍ କିଣି ଟଙ୍କା ହଡ଼ପ କରିଦେଲା ସାଙ୍ଗ । ଏଭଳି ଅଭିଯୋଗରେ ଅଭିଯୁକ୍ତ ବିଶାଲ ଦାସକୁ ଗିରଫ କରିଛି ଭୁବନେଶ୍ବର ମୈତ୍ରୀ ବିହାର ପୋଲିସ। ସୂଚନା ଅନୁସାରେ, ଅଭିଯୋଗକାରିଣୀଙ୍କ ପୁଅ ବାବୁଲ ପ୍ରଧାନ ଏବଂ ଅଭିଯୁକ୍ତ ବିଶାଲ ଦାସ ଡେଲିଭରୀ ବୟ ଭାବେ କାମ କରୁଥିଲେ। ସେହି ପରିଚୟରୁ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଯାହାର ଫାଇଦା ଉଠାଇଥିଲା ବିଶାଲ।

ମୋବାଇଲ୍ ଖରାପ ହୋଇଯାଇଥିବା ବାହାନା ଦେଖାଇ ବାବୁଲଙ୍କ ମା’ଙ୍କ ଫାଇନାନ୍ସ କାର୍ଡରୁ ୮୨ ହଜାର ୯ ଶହ ଟଙ୍କାର ଏକ ଦାମୀ ଫୋନ୍ କିଣିଥିଲା। ଫୋନ୍ ର କିସ୍ତି ସେ ନିଜେ ଶୁଝିବ ବୋଲି ମଧ୍ୟ କହିଥିଲା। କିନ୍ତୁ ପରେ ଲୋନ୍ ଆକାଉଣ୍ଟ ବନ୍ଦ କରିଦେବା ବାହାନାରେ ଅଭିଯୋଗକାରିଣୀଙ୍କ ଅଜାଣତରେ ସେହି କାର୍ଡରୁ ପୁଣି ୮୨ ହଜାର ୯ ଶହ ଟଙ୍କାରେ ଆଉ ଏକ ଫୋନ୍ କିଣିନେଇଥିଲା ।

ଫାଇନାନ୍ସ କମ୍ପାନୀ ପକ୍ଷରୁ କିସ୍ତି ପୈଠ ପାଇଁ ନୋଟିସ୍ ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଟଙ୍କା ମାଗିବାରୁ ଘରେ ପଶି ଗାଳିଗୁଲଜ କରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲା ବିଶାଲ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ବାଉନ୍ସ ଚେକ୍ ଏବଂ ମୋବାଇଲ୍ କିଣା ବିଲ୍ ଜବତ କରି ତଦନ୍ତ କରୁଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।