Fire: ଅଧାରାତିରେ ଘର ବାରଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ଜଳିଗଲା ଇ-ସ୍କୁଟି ସହ ବାଇକ

Oct 04, 2026 - 10:44
Fire: ଅଧାରାତିରେ ଘର ବାରଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ଜଳିଗଲା ଇ-ସ୍କୁଟି ସହ ବାଇକ

"ବୈଶିଙ୍ଗା: ଅଧାରାତିରେ ଘର ବାରଣ୍ଡାରେ ଭୟଙ୍କରଅଗ୍ନିକାଣ୍ଡ।

ହୁତୁହୁତୁ ହୋଇ ଜଳିଗଲା ବ୍ୟାଟେରୀସ୍କୁଟି ସହ ଗୋଟିଏ ବାଇକ।

ନିଆଁ ଘରକୁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ ହୋଇଯିବାରୁ ଅଳ୍ପକେ ବର୍ତ୍ତିଗଲା ଗୃହ।Advertisment ସୂଚନା ଅନୁଯାୟୀ, ବଡ଼ସାହି ଥାନା ଅଧୀନ କୁଳିଅଣା ଉପକଣ୍ଠ ବର୍ତ୍ତନା ଗ୍ରାମର କିଶୋର କୁମାର ଦାସଙ୍କ ଘରେ ଘଟିଛି ଏହି ଅଘଟଣ।

କିଶୋର ପ୍ରାୟ ୬ ମାସ ତଳେ ହିରୋ ଭିଡା ବ୍ୟାଟେରୀ ସ୍କୁଟି କିଣିଥିଲେ।

ଗତକାଲି ରାତି ପ୍ରାୟ ୯ଟାରେ ଘରକୁ ଫେରି ସ୍କୁଟିଟିକୁ ଘର ବାରଣ୍ଡାରେ ରଖିଥିଲେ।

ପାଖରେ ପୂର୍ବରୁ ତାଙ୍କର ଅନ୍ୟ ଏକ ବାଇକ ମଧ୍ୟ ରହିଥିଲା।ତେବେ ରାତି ପ୍ରାୟ ୧ଟା ସମୟରେ ହଠାତ୍ ବାରଣ୍ଡାରୁ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ କିଶୋର।

ସ୍କୁଟିରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ବେଳେ ପାଖରେ ଥିବା ବାଇକଟି ମଧ୍ୟ ନିଆଁ କବଳରେ ପଡ଼ିଥିଲା।

ଦୁଇଟି ଯାକ ଗାଡ଼ି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇସାରିଥିଲା ପରିସ୍ଥିତି ଭୟଙ୍କର ହେବାରୁ କିଶୋର ତୁରନ୍ତ ପାଣି ଟ୍ୟାପ୍ ଖୋଲି ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଦୁଇଟି ଯାକ ଗାଡ଼ି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇସାରିଥିଲା।ସୌଭାଗ୍ୟବଶତଃ ନିଆଁ ଘର ଭିତରକୁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ ହୋଇଥିବାରୁ ବଡ଼ ଧରଣର ଅଘଟଣରୁ ପରିବାର ରକ୍ଷା ପାଇଛି।

ତେବେ ପ୍ରାଥମିକ ସ୍ତରରେ ସର୍ଟ ସର୍କିଟ କାରଣରୁ ଇ-ସ୍କୁଟିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବାବେଳେ , ତାହା ଏବେ ବି ଅସ୍ପଷ୍ଟ ରହିଛି।

Complaint: ବଡ଼ଗାଁ ଥାନାରେ ବରିଷ୍ଠ ନାଗରିକଙ୍କୁ ଏଏସଆଇଙ୍କ ଦୁର୍ବ୍ଯବହାର ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।