Earth Again Conference 2026: ପରିବେଶ, ଜୈବ-ବିବିଧତା ସହ ଅର୍ଥନୀତି ଜଡ଼ିତ ଅଛି’

Oct 04, 2026 - 11:27
Earth Again Conference 2026: ପରିବେଶ, ଜୈବ-ବିବିଧତା ସହ ଅର୍ଥନୀତି ଜଡ଼ିତ ଅଛି’

"ଭୁ‌ବନେଶ୍ବର: ଆମକୁ ଜୈବ ବିବିଧତା ପାଇଁ ଚିନ୍ତା କରିବାକୁ ପଡ଼ିବ।

ଜଳବାୟୁ ସନ୍ତୁଳନ ଉପରେ କାମ କରିବାକୁ ହେବ।

ବିଶେଷକରି ପ୍ରବାଳ ପ୍ରାଚୀର ବା କୋରାଲ୍‌ ରିଫ୍‌ ସମୁଦ୍ରୀୟ ଜୈବ ବିବିଧତାର ଏକ ଅମୂଲ୍ୟ ଅଂଶ।

ଏହା ଅନେକ ସାମୁଦ୍ରିକ ପ୍ରଜାତିଙ୍କୁ ଆଶ୍ରୟ ଦେବା ସହ ମାନବ ସମାଜ ପାଇଁ ମଧ୍ୟ ଗୁରୁତ୍ୱ ବହନ କରେ।

ସମୁଦ୍ର ଓ ଉପକୂଳ ମତ୍ସ୍ୟ ସମ୍ପଦ ମଧ୍ୟ ବିଶ୍ୱର କୋଟି କୋଟି ଲୋକଙ୍କ ପାଇଁ ପ୍ରୋଟିନ୍‌ର ଏକ ମୁଖ୍ୟ ଉତ୍ସ।

ତେଣୁ ପରିବେଶ, ଜୈବ ବିବିଧତା ଓ ଅର୍ଥନୀତିକୁ ପୃଥକ୍‌ ଭାବେ ନୁହେଁ, ପରସ୍ପର ସହ ଜଡ଼ିତ ବିଷୟ ଭାବେ ଦେଖିବା ଆବଶ୍ୟକ।

ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ "ପୁନଶ୍ଚ ପୃଥିବୀ"ର ତୃତୀୟ ସଂସ୍କରଣର ଉଦ୍‌ଯାପନୀ ଦିବସ ଅବସରରେ ଜିଏଏସ୍‌ପିର ମହାସଚିବ ସତ୍ୟ ତ୍ରିପାଠୀ ଏହା କହିଛନ୍ତି।

Advertisment ସେ କହିଛନ୍ତି, ପ୍ରକୃତିକୁ ସୁରକ୍ଷା ନକରି କେବଳ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ ଦେଲେ ତାହା ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ।

ଆଗାମୀ ପିଢ଼ି ପାଇଁ ବିକାଶ ସହ ପରିବେଶ ସୁରକ୍ଷାର ସନ୍ତୁଳନ ରକ୍ଷା କରିବା ହିଁ ସବୁଠାରୁ ବଡ଼ ଆହ୍ୱାନ।

ଇତିହାସରୁ ଯଦି ଆମେ ଶିଖିବା ନାହିଁ, ତେବେ ସେହି ଭୁଲ୍‌କୁ ପୁଣି ଏକ ଅପରାଧ କରିବା।

ଉତ୍କଳ ବିଶ୍ବବିଦ୍ୟାଳୟର ସଭାଗୃହରେ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମର ଏକ ସ୍ବତନ୍ତ୍ର ଅଧିବେଶନରେ ରବିବାର ଶ୍ରୀ ତ୍ରିପାଠୀ କହିଛନ୍ତି, ବାୟୁ ମଣ୍ଡ‌ଳରେ ଓଜନ ସ୍ତର ବୃଦ୍ଧି ପାଉଛି।

ଏହି କାରଣରୁ ମଧ୍ୟ ଲୋକଙ୍କ ମଧ୍ୟରେ ଚର୍ମ କର୍କଟ ଭଳି ରୋଗ ବଢ଼ିଛି।

ବାୟୁ ମଣ୍ଡଳରେ ହାଇଡ୍ରୋ କାର୍ବନ ବୃଦ୍ଧି ପାଇଛି।

ବିନାଶ ଅଭିମୁଖେ ଥିବା ପୃଥିବୀର ସଂରକ୍ଷଣ ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ।

ଓଡ଼ିଶାରେ ଏକ ବଡ଼ ସମସ୍ୟା ରହିଛି।

ଓଡ଼ିଶାରେ ପର କ୍ୟାପିଟାଲ କାର୍ବନ ୬.୯ ଟନ୍‌।

ଓଡ଼ିଶାର ଜିଡିପି ଜାତୀୟ ହାର ତୁଳନାରେ ୨୦ ପ୍ରତିଶତ କମ୍‌।

ନ୍ୟୁୟର୍କ ଟାଇମ୍‌ସ ଏବଂ ଗାର୍ଡିଆନ ଭଳି ବହୁ କମ ସଂଖ୍ୟାରେ ଖବରକାଗଜ ପରିବେଶର ସଂରକ୍ଷଣ ପାଇଁ କାମ କରୁଛନ୍ତି। "ପୁନଶ୍ଚ ପୃଥିବୀ" ଜରିଆରେ ପରିବେଶର ସୁରକ୍ଷା ପାଇଁ "ସମ୍ବାଦ" ଏହି ମହାନ କାମରେ ଜଡ଼ିତ ହୋଇପାରିଛି।

ପରିବେଶ ପାଇଁ ଏହା ଏକ ଭଲ ବାର୍ତ୍ତା।

୧୯୯୦ ମସିହାକୁ ଯଦି ଆମେ ଫେରିଯିବା, ଗ୍ଲୋବାଲ ଜିଡିପି ୨୩ ଟ୍ରିଲଅନ ଡଲାର ଥିଲା।

ବର୍ତ୍ତମାନ ଏହା ୧୧୫ ଟ୍ରିଲିଅନ ଡଲାରରେ ପହଞ୍ଚିଛି।

ଏହି ବର୍ଦ୍ଧିତ ଜିଡିପିର କାରଣ ଯୋଗୁଁ ମଧ୍ୟ ପୃଥିବୀ ପ୍ରଭାବିତ ହୋଇଛି।

କାରର ଆମ ଚାରିପାଖରେ ଯାହା ଦେଖୁଛେ, ତାହାର ମୂଳ ଜିନିଷ ପ୍ରକୃତିରୁ ହିଁ ମିଳୁଛି।

ବିଗତ ୩୫ ବର୍ଷ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ହୋଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।