Fire: ଧର୍ମଶାଳାରେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ, ୫ ବର୍ଷର ଶିଶୁ ମୃତ; ବାପା-ମାଆ ଗୁରୁତର

Oct 11, 2026 - 11:33
Fire: ଧର୍ମଶାଳାରେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ, ୫ ବର୍ଷର ଶିଶୁ ମୃତ; ବାପା-ମାଆ ଗୁରୁତର

"ଧର୍ମଶାଳା: ଆଜି ସକାଳ ୬.୩୦ରେ ଧର୍ମଶାଳା ଥାନା ଅରାବଳ ପଞ୍ଚାୟତ ତଥା ଅରାବଳ ଗ୍ରାମର ଶ୍ରମିକ ଅଭିରାମ ମଲିକ(୪୦)ଙ୍କ ପତ୍ନୀ ତିଲୋତ୍ତମା(୩୫) ସକାଳ ଜଳଖିଆ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ଅଗ୍ନିକାଣ୍ଡ ହୋଇଥିଲା l ଏଥିରେ ଅଭିରାମଙ୍କ ଝିଅ ମାମାଲି(୫)ଙ୍କ ମୃତ୍ୟୁହୋଇଥିବା ବେଳେ ବାପା,ମା' ଗୁରୁତର ଆହତ ହୋଇଛନ୍ତି l ବଡ଼ବାପା ଉତ୍ତମ ମଲିକ(୫୦) ଆହତ ହୋଇଛନ୍ତି lAdvertisment କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ସମସ୍ତ ଆହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା l ଡାକ୍ତର ସେଠାରେ ମାମାଲିକୁ ମୃତ ଘୋଷଣା କରିଥିଲେ l ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି l ଅଗ୍ନିଶମ କର୍ମଚାରୀ ଓ କୋତପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି l Goat Theft: ବୈଶିଙ୍ଗାରେ ଛେଳି ଚୋର ଗ୍ୟାଙ୍ଗ ସକ୍ରିୟ, ଦୁଇ ଗାଁରୁ ୧୫ରୁ ଅଧିକ ଛେଳି ଚୋରି ଅଭିଯୋଗ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।