15 SEPTEMBER 2026

Welcome!

Unlock your personalized experience.
Sign Up

Fire Accident: ଜଳିଗଲା ଘର: ବ୍ୟବସାୟୀ ଜୀବନ୍ତଦଗ୍ଧ, ଅଳ୍ପକେ ବର୍ତ୍ତିଲେ ପୁଅ-ବୋହୂ

Sep 15, 2026 - 08:05
Fire Accident: ଜଳିଗଲା ଘର: ବ୍ୟବସାୟୀ ଜୀବନ୍ତଦଗ୍ଧ, ଅଳ୍ପକେ ବର୍ତ୍ତିଲେ ପୁଅ-ବୋହୂ

ରାଉରକେଲା: ରାତିରେ ଶୋଇଥିବାବେଳେ ଜଳିଗଲା ଘର। ନିଆଁରେ ପୋଡ଼ିହୋଇ ବ୍ୟବସାୟୀ ଜିଅନ୍ତା ଜଳିଗଲେ। ଏମିତି ଅଭାବନୀୟ ଘଟଣା ଘଟିଛି ମଧୁସୂଦନପାଲିରେ। ମୃତକ ହେଲେ ବ୍ୟବସାୟୀ ଜିତେନ୍ଦ୍ର ସାହା (୫୮)। ପାଖ ଘରେ‌ ‌ଶୋଇଥିବା ପୁଅ ରାହୁଲ ଓ ତାଙ୍କ ପତ୍ନୀ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ନିଆଁ କେମିତି ଲାଗିଲା ଜଣାପଡ଼ିନି। ପ୍ଲାଣ୍ଟସାଇଟ୍‌ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଦୁଃଖଦ ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

EPFO: ଇପିଏଫ୍‌ଓର ହ୍ବାଟ୍‌ସଆପ୍‌ ଚ୍ୟାନେଲ୍‌ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା

ମିଳିଥିବା ସୂଚନା ମୁତାବକ ମଧୁସୂଦନପାଲି ବିଦ୍ୟାଳୟ ନିକଟରେ ଜିତେନ୍ଦ୍ର ସାହା, ପତ୍ନୀ ଓ ପୁଅ-ବୋହୂ ରହନ୍ତି। ତାଙ୍କର ପାୱାରହାଉସ୍‌ ନିର୍ମଳ ମାର୍କେଟରେ 
ଏକ ମୋଟରପାର୍ଟସ ଦୋକାନ ଥିଲା। ମଧୁମେହ ରୋଗରୁ ତାଙ୍କ ଦୁଇଟି ଆଖି ନଷ୍ଟ ହୋଇଯାଇଥିଲା। ପରେ ଦୋକାନକୁ ବିକ୍ରି କରି ଦେଇ ଘରେ ରହୁଥିଲେ। ପତ୍ନୀ ମଧ୍ୟ ଅସୁସ୍ଥ ଥିବାରୁ କିଛି ଦିନ ପୂର୍ବରୁ ସେ ଚିକିତ୍ସା ପାଇଁ ଝିଅ ଘରକୁ ଯାଇଥିଲେ। ଜିତେନ୍ଦ୍ର ଓ ତାଙ୍କ ପୁଅ-ବୋହୂ ଘରେ ରହୁଥିଲେ। ଗତକାଲି ରାତିରେ ଖାଇସାରିବା ପରେ ଜିତେନ୍ଦ୍ର ଶୋଇବାକୁ ଚାଲିଯାଇଥିଲେ। ପୁଅ-ବୋହୂ ପାଖ ରୁମ୍‌ରେ ଶୋଇଥିଲେ। ରାତି ପ୍ରାୟ ଦେଢ଼ଟାର ଜିତେନ୍ଦ୍ର ଶୋଇଥିବା ଘରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀ ପାଟିକରିଥିଲେ। ପୁଅ-ବୋହୂ ଘର ବାହାରକୁ ଆସି ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ପଡ଼ୋଶୀଙ୍କ ସହାୟତାରେ ଜିତେନ୍ଦ୍ରକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ହେଲେ ଭିତରପଟୁ କବାଟ ବନ୍ଦ ଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ଜିତେନ୍ଦ୍ର ଜୀବନ୍ତଦଗ୍ଧ ‌ହୋଇ ସାରିଥିଲେ।

Bombing: ସାହି ଝଗଡାରୁ ବୋମା ମାଡ: ଦାସ ସାହି ଦାଣ୍ଡରେ ଫୁଟିଲା ବୋମା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।