Rahul Gandhi Acquitted by Court: ମାନହାନୀ ମାମଲାରେ ରାହୁଲ ଗାନ୍ଧି ନିର୍ଦ୍ଦୋଷ, ପ୍ରମାଣ ଅଭାବରୁ ଦୋଷମୁକ୍ତ କଲେ କୋର୍ଟ
ଉତ୍ତରପ୍ରଦେଶର ସୁଲତାନପୁରରେ ୨୦୧୮ ମସିହାରେ ରୁଜୁ ହୋଇଥିବା ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦୋଷମୁକ୍ତ କରିଛନ୍ତି ସ୍ୱତନ୍ତ୍ର ଏମ୍ପି-ଏମ୍ଏଲ୍ଏ କୋର୍ଟ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ରୁଜୁ ମାମଲାରେ ପ୍ରମାଣ ଅଭାବରୁ କୋର୍ଟ ସୋମବାର ଏହି ରାୟ ଶୁଣାଇଛନ୍ତି।
ରାୟ ଘୋଷଣା ସମୟରେ ରାହୁଲ ଗାନ୍ଧି ନିଜେ କୋର୍ଟରେ ଉପସ୍ଥିତ ଥିଲେ।
Advertisment ଏହି ମାମଲା ୨୦୧୮ ଅଗଷ୍ଟ ୪ ତାରିଖରେ ବିଜେପି ନେତା ବିଜୟ ମିଶ୍ରଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା।
ସେ ସୁଲତାନପୁର ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ।
୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ଏକ ପ୍ରଚାର ସଭାରେ ରାହୁଲ ଗାନ୍ଧି ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।
ମାମଲାର ଶେଷ ପର୍ଯ୍ୟାୟ ଶୁଣାଣି ସମୟରେ ରାହୁଲ ଗାନ୍ଧିଙ୍କ ଓକିଲ ମନ୍ତବ୍ୟ ଦିଆଯାଇଥିବା କଥା ସ୍ୱୀକାର କରିଥିଲେ ମଧ୍ୟ ଏହା ପଛରେ କାହାକୁ ଅପମାନିତ କରିବାର ଉଦ୍ଦେଶ୍ୟ ନଥିବା ଯୁକ୍ତି ରଖିଥିଲେ।
ମନ୍ତବ୍ୟକୁ ପ୍ରସଙ୍ଗରୁ ଅଲଗା କରି ଉପସ୍ଥାପନ କରାଯାଇଥିବା ମଧ୍ୟ ପକ୍ଷରୁ କୁହାଯାଇଥିଲା।
ଅନ୍ୟପକ୍ଷରେ ଅଭିଯୋଗକାରୀଙ୍କ ଓକିଲ ରାହୁଲ ମନ୍ତବ୍ୟ ଦେଇଥିବା ସ୍ୱୀକାର କରିଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯୁକ୍ତି ରଖିଥିଲେ।
ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ ଶୁଭମ ବର୍ମା ରାୟ ସଂରକ୍ଷିତ ରଖିଥିଲେ ଏବଂ ସୋମବାର ରାହୁଲଙ୍କୁ ଦୋଷମୁକ୍ତ କରିଥିଲେ।
Advertisment ଏହି ମାମଲାରେ ରାହୁଲ ଗାନ୍ଧି ୨୦୨୪ ଫେବ୍ରୁଆରୀ ୨୦ ତାରିଖରେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜାମିନ ପାଇଥିଲେ।
ସେହି ବର୍ଷ ଜୁଲାଇ ୨୬ ତାରିଖରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
ପରେ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ମଧ୍ୟ ନିଆଯାଇଥିଲା।
୨୦୨୬ ମାର୍ଚ୍ଚରେ ରାହୁଲଙ୍କ ସ୍ୱର ନମୁନା ମେଳ କରିବାକୁ ଆବେଦନ ହୋଇଥିଲା।
ତେବେ ଟ୍ରାଏଲ୍ କୋର୍ଟ ମେ' ମାସରେ ଏହାକୁ ଖାରଜ କରିଥିଲେ।
ପରେ ଜିଲ୍ଲା କୋର୍ଟ ଓ ଆହ୍ଲାବାଦ ହାଇକୋର୍ଟରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଥିଲା।
ଅକ୍ଟୋବର ୬ରୁ ମାମଲାର ଶେଷ ଯୁକ୍ତି ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହୋଇଥିଲା।
ଶେଷରେ ଅକ୍ଟୋବର ୨୬ରେ ରାୟ ପ୍ରକାଶ ପାଇଛି।
ଅନ୍ୟପଟେ, କୋର୍ଟରେ ହାଜର ହେବା ପାଇଁ ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ରାହୁଲ ଗାନ୍ଧିଙ୍କ କନଭୟର କିଛି ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା।
ସକାଳ ପ୍ରାୟ ୧୦ଟା ୧୫ ମିନିଟ୍ରେ ହଲିୟାପୁର ଥାନା ଅଞ୍ଚଳରେ ଏକ୍ସପ୍ରେସ୍ୱେରେ ଏହି ଘଟଣା ଘଟିଥିଲା।
କିଛି ଲୋକ ଆହତ ହୋଇଥିବା ବେଳେ ରାହୁଲ ସୁରକ୍ଷିତ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।