Fire Safety Crackdown Begins: ବିଲ୍ଡିଂରେ ଅଗ୍ନି ସୁରକ୍ଷା ଠିକ୍ ଅଛି ତ? ଆଜିଠୁ ଆରମ୍ଭ ଯାଞ୍ଚ
ରାଜଧାନୀର ବିଭିନ୍ନ ଦୋକାନ, ମଲ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଅଗ୍ନିଶମ ବାହିନୀର ନିରାପତ୍ତା ବ୍ୟବସ୍ଥା ଯାଞ୍ଚ। ସମସ୍ତ ଅଗ୍ନି ନିରାପତ୍ତା ସାମଗ୍ରୀ ସହ ଅଗ୍ନି ନିର୍ବାପକ ପାଇଁ ବ୍ୟବସ୍ଥା ରହିଛି ନା ନାହିଁ, ତାହା ଯାଞ୍ଚ କରାଯାଉଛି। ଆଜିଠୁ ଆରମ୍ଭ ହୋଇଛି ଅଗ୍ନିଶମ ବିଭାଗର ସରପ୍ରାଇଜ ଯାଞ୍ଚ ପ୍ରକ୍ରିୟା I ସୁରକ୍ଷିତ ଓଡିଶା ବିକଶିତ ଓଡିଶା ଲକ୍ଷ୍ୟ ନେଇ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ I ବ୍ୟାବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଗୁଡିକରେ ଅଗ୍ନିଶମ ପ୍ରମାଣପତ୍ର ଅଛି କି ନାହିଁ ।
ଡାକ୍ତରଖାନା ଓ ବିଭିନ୍ନ, ଅଫିସରେ ଅଗ୍ନି ସୁରକ୍ଷା ନିୟମ ପାଳନ କରାଯାଉଛି କି ନାହି ଏହାର ଯାଞ୍ଚ କରାଯାଉଛି। ଅଗ୍ନି ସୁରକ୍ଷା ଆଇନ ଓ ନିୟମକୁ ମାନୁ ନଥିବା ଅମାନିଆଙ୍କୁ ଖୋଜି ବାହାର କରିବା ସହ ନୋଟିସ କରିବ ଅଗ୍ନିଶମ ବିଭାଗ Iରାଜଧାନୀରେ ଥିବା ବିଲ୍ଡିଂ ଗୁଡିକ ନିୟମ ଅନୁସାରେ ହେଉଛି କି ନାହିଁ। ବିଲଡିଂ ଗୁଡିକର ଅଣ୍ଡରଗ୍ରାଉଣ୍ଡରେ ପାଣି କେତେ ରହିବ? କେତୋଟି ସିଡି ରହିବ ? ଗ୍ରାଉଣ୍ଡରେ କେତେ କ୍ଲିୟରାନ୍ସ ରହିବ ଏବଂ ବିଲଡିଂ ଚାରିପଟେ କେତେ ସ୍ଥାନ ରହିବ?
ଆବଶ୍ୟକୟ ବ୍ୟବସ୍ଥା ନଥିବା ବା ଅସୁରକ୍ଷିତ ବିଲଡିଂ ଚିହ୍ନଟ କରିଛି ଅଗ୍ନିଶମ ବିଭାଗ I ଚଳିତ ବର୍ଷ ୮୨୪ ବିଲ୍ଡିଂକୁ ଅସୁରକ୍ଷିତ ଦର୍ଶାଇ ନୋଟିସ କରାଯାଇଛି ।
ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ
ରାଜଧାନୀରେ ଅଗ୍ନିଶମ ବାହିନୀର ନିରାପତ୍ତା ବ୍ୟବସ୍ଥା ଯାଞ୍ଚ
ମଲ, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଯାଞ୍ଚ
ଅଚାନାକ ଚଢ଼ାଉ କରି କରାଯାଉଛି ଯାଞ୍ଚ
ଆରମ୍ଭ ଅଗ୍ନିଶମବାହିନୀର ସରପ୍ରାଇଜ ଚେକିଂ
ବିଲ୍ଡିଂ ନିର୍ମାଣ ନିରାପତ୍ତା ବ୍ୟବସ୍ଥାର ମାନଦଣ୍ଡ ଯାଞ୍ଚ
ବିଲଡିଂରେ ଅଣ୍ଡରଗ୍ରାଉଣ୍ଡରେ ପାଣି କେତେ ରହିବ ?
କୋଠାରେ କେତୋଟି ସିଡ଼ି ରହିବ ?
ଗ୍ରାଉଣ୍ଡରେ କେତେ କ୍ଲିୟରାନ୍ସ ରହିବ ?
ବିଲଡିଂ ଚାରିପଟେ କେତେ ସ୍ଥାନ ରହିବ ?
ଏସବୁ ବ୍ୟବସ୍ଥାର କରାଯାଉଛି ଯାଞ୍ଚ
ଅମାନିଆଙ୍କୁ ଖୋଜି ବାହାର କରାଯାଉଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।