Fire scare: ନିଆଁ ଭୟ: ୨୦୨୯ ପୂର୍ବରୁ ସଜାଡ଼ି ହେବନି ଭିତ୍ତିଭୂମି
"ଭୁବନେଶ୍ୱର: ଦେଶର ବଡ଼ ବଡ଼ ସହରରେ ଏବେ ଅଗ୍ନି ଭୟ ଚିନ୍ତା ବଢ଼ାଇଛି।
ଏଥିରୁ ବାଦ ପଡ଼ିନି ରାଜଧାନୀ ଭୁବନେଶ୍ବର।
ରାଜଧାନୀକୁ ଅଗ୍ନି ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର, ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ହେଲେ, ବର୍ତ୍ତମାନ ଉପଲବ୍ଧ ଅଗ୍ନି ନିରାପତ୍ତା ଭିତ୍ତିଭୂମି ରାଜଧାନୀ ପାଇଁ ଯଥେଷ୍ଟ ନୁହେଁ।
ଏ କଥା ଅଗ୍ନିଶମ ବିଭାଗ ମଧ୍ୟ ଜାଣିଛି।
ଅଗ୍ନିଶମ ବିଭାଗର କହିବା ଅନୁଯାୟୀ, ରାଜଧାନୀ ଓ ରାଜଧାନୀ ଚାରିପାଖରେ ଗଢ଼ି ଉଠୁଥିବା ସୁଉଚ୍ଚ ଅଟ୍ଟାଳିକାକୁ ନିଆଁ ଆଁରୁ ସୁରକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ସାଧନ ନାହିଁ।
ଏଥିପାଇଁ ଯୋଜନା ହେଉଛି।
କିନ୍ତୁ, ଯୋଜନା ରୂପରେଖ ନେଲାବେଳକୁ ଆହୁରି ୩ ବର୍ଷରୁ ଅଧିକ ସମୟ ଲାଗିବ।
Advertisment CBSE structure: ସିବିଏସ୍ଇ ଢାଞ୍ଚା ଆପଣାଇବେ ସରକାର: ମିଶିଯିବ ସିଏଚ୍ଏସ୍ଇ ଓ ବିଏସ୍ଇ ରାଜଧାନୀର ଭିତ୍ତିଭୂମିକୁ ଦେଖିଲେ ଏବେ ମଧ୍ୟ ବିଭାଗକୁ ଅନେକ ଆବଶ୍ୟକତା ଅଛି।
କାରଣ ରାଜଧାନୀରେ ୩୪ ମହଲାରୁ ୪୦ ମହଲା ପର୍ଯ୍ୟନ୍ତ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଯାଉଛି।
ଭୁବନେଶ୍ବରରେ ୯ଟି ଦମକଳ କେନ୍ଦ୍ର ଥିବା ବେଳେ ମାତ୍ର ୩ଟି ହାଇଡ୍ରୋଲିକ୍ ଯାନ ରହିଛି।
ଏହି ଅତ୍ୟାଧୁନିକ ଯାନଗୁଡ଼ିକ ୨୨ ମହଲା ପର୍ଯ୍ୟନ୍ତ ଅଗ୍ନିକାଣ୍ଡକୁ ରୋକିବା ପାଇଁ ସକ୍ଷମ।
ତା"ଠାରୁ ଉଚ୍ଚ ଅଟାଳିକା (ସ୍କାଏସ୍କ୍ରାପର)ରେ ଯଦି କୌଣସି କାରଣରୁ ଅଗ୍ନିକାଣ୍ଡ ଘଟେ, ତେବେ ତାକୁ ମୁକାବିଲା କରିବା ଅଗ୍ନିଶମ ବିଭାଗ ପାଇଁ କାଠିକର ପାଠ ହେବ।
ରାଜଧାନୀର କଳେବର ବଢ଼ୁଥିବାରୁ, ଏହା ଚାରିପଟେ ଏପରିକି ରାଜଧାନୀର ଉପାନ୍ତ ଅଞ୍ଚଳରେ ବ୍ୟାବସାୟିକ ଦୃଷ୍ଟିରୁ ଉଚ୍ଚ ଅଟ୍ଟାଳିକାମାନ ନିର୍ମାଣ କରାଯାଉଛି।
କିନ୍ତୁ, ଏଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।
ଅଗ୍ନିଶମ ବିଭାଗ ପାଖରେ ଉପଲବ୍ଧ ସାଧନ ରାଜଧାନୀ ଓ ଏହା ଚାରିପାଖରେ ଗଢ଼ିଉଠୁଥିବା ସୁଉଚ୍ଚ ଅଟ୍ଟାଳିକା ପାଇଁ ଯଥେଷ୍ଟ ହେଉ ନଥିବାରୁ ଡ୍ରୋନ୍ ଟେକ୍ନୋଲୋଜିକୁ ଆପଣାଇବା ପାଇଁ ଅଗ୍ନିଶମ ବିଭାଗ ଯୋଜନା କରିଛି।
ହେଲେ ଏପର୍ଯ୍ୟନ୍ତ ସେ ଦିଗରେ ବିଭାଗ ଆଗକୁ ବଢ଼ିନାହିଁ।
କୁହାଯାଉଛି ଯେ ଅନ୍ୟ ରାଜ୍ୟରେ ଡ୍ରୋନ୍ ଟେକ୍ନୋଲୋଜି କିଭଳି ଫଳପ୍ରଦ ହେଉଛି ତାକୁ ସମୀକ୍ଷା କରାଯାଉଛି।
ଯଦି ତାହା ସଫଳ ହୁଏ ତେବେ ଆଗାମୀ ଦିନରେ ଏହି ଟେକ୍ନୋଲୋଜିକୁ ଓଡ଼ିଶାରେ ଆପଣାଯିବ।
ଏ ସମ୍ପର୍କରେ ଅଗ୍ନିଶମ ଆଇଜି ଉମାଶଙ୍କର ଦାଶ କହିଛନ୍ତି, ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ସ୍କାଏସ୍କ୍ରାପରଗୁଡ଼ିକର ଅଗ୍ନି ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇପାରିବ ନାହିଁ।
ଅର୍ଥାତ ୨୨ମହଲାରୁ ଅଧିକ ଉଚ୍ଚ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଲେ, ତାକୁ ନିୟନ୍ତ୍ରଣ କରିବା କଷ୍ଟକର।
ଏହି ସବୁ ସ୍କାଏସ୍କ୍ରାପରରେ ଅଗ୍ନିକାଣ୍ଡ ଘଟିଲେ, ତାକୁ ମୁକାବିଲା କରିବା ପାଇଁ ଯେଉଁ ଅତ୍ୟାଧୁନିକ ଯନ୍ତ୍ରପାତି ଆବଶ୍ୟକ, ତାହା ଓଡ଼ିଶା ଅଗ୍ନିଶମ ବାହିନୀ ପାଖରେ ନାହିଁ।
ସେଗୁଡ଼ିକୁ ବାହାରୁ କିଣିବାକୁ ପଡ଼ିବ।
ଏନେଇ ଯୋଜନା ଆରମ୍ଭ ହୋଇଛି।
ହେଲେ ଏଥିପାଇଁ ସମୟ ଲାଗିବ।
ପ୍ରାୟ ୨୦୨୯ ମସିହା ବେଳକୁ ଆମେ ଏହି ସମସ୍ୟାର ସମାଧନ ଦିଗରେ ସକ୍ଷମ ହୋଇପାରବୁ ବୋଲି ଆଇଜି ଶ୍ରୀ ଦାଶ କହିଛନ୍ତି।
କେତେବେଳେ ଆପାର୍ଟମେଣ୍ଟରେ ନିଆଁ ଲାଗି ଲୋକଙ୍କ ଜୀବନ ଗଲାଣି ତ କେତେବେଳେ ଇଭି ଗାଡିରୁ ନିଆଁ ବ୍ୟାପୀ ପରିବାର ଛାରଖାର କଲାଣି।
କେବଳ ଆପାର୍ଟମେଣ୍ଟ କି ଇଭି ଗାଡ଼ି ନୁହେଁ ରାଜଧାନୀରେ ଥିବା ଆପାର୍ଟମେଣ୍ଟଠାରୁ ଆରମ୍ଭ କରି ମଲ୍, ସୋରୁମ୍, ବସ୍ତି, କେମିକାଲ୍ ଫାକ୍ଟ୍ରି, ଶିକ୍ଷାନୁଷ୍ଠାନ ଭଳି ସମ୍ବେଦନଶୀଳ ସ୍ଥାନରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି।
ଏମିତିକି ଲୋକଙ୍କ ଜୀବନ ମଧ୍ୟ ଯାଇଛି।
ଯାହାକି ଏବେ ଅଗ୍ନି ନିରାପତ୍ତା ନେଇ ସହରରେ ସତର୍କ ଘଣ୍ଟି ବଜାଇଛି।
ତେବେ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ରାଜଧାନୀ ସୁରକ୍ଷିତ ତ?
ବର୍ତ୍ତମାନ ପ୍ରସଙ୍ଗଟି ଅତି ସମ୍ବେଦନଶୀଳ ପଲଟିଛି।
କାରଣ ଦିନକୁ ଦିନ ରାଜଧାନୀର କଳେବର ବଢ଼ିବା ସହ ବଡ଼ ବଡ଼ ଆପାର୍ଟମେଣ୍ଟ, ସପିଂ ମଲ୍, ହସ୍ପିଟାଲ୍, ସୋରୁମ୍, ଗହଣାଦୋକାନ, ଶିକ୍ଷାନୁଷ୍ଠାନ, କୋଚିଂସେଣ୍ଟର, କର୍ପୋରେଟ୍ ଅଫିସ୍ ଆଦି ବଢ଼ିଚାଲିଛି।
ହେଲେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ପାଇଁ ରାଜଧାନୀର ବଡ଼ବଡ଼ ପ୍ରତିଷ୍ଠାନରେ ସେଭଳି ସୁବିଧା ସୁଯୋଗ ନାହିଁ।
ପରିସ୍ଥିତିକୁ ସମ୍ମୁଖୀନ ପାଇଁ କୌଣସି ପ୍ରକାର ନିରାପତ୍ତା ବ୍ୟବସ୍ଥା ନାହିଁ।
ଏପରିକି ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ।
ଯେଉଁମାନେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିଛନ୍ତି, ତାହା ମଧ୍ୟ ଠିକ୍ଭାବେ କାର୍ଯ୍ୟ କରୁ ନଥିବା ଅଭିଯୋଗ ହେଉଛି।
୨୦ ହଜାର ଲିଟର ପାଣିଟାଙ୍କି ୧୪ ଫୁଟିଆ ରାସ୍ତା ନାହିଁଅଗ୍ନ ନିରପତ୍ତା ପାଇଁ ୨୦ ହଜାର ଲିଟର ପାଣି ଟାଙ୍କି ରଖିବା ପାଇଁ ନିୟମ ରିହିଥିଲେ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନରେ ତାହା ରଖାଯାଇ ନାହିଁ।
ଯେଉଁଠି ପାଣି ଟାଙ୍କି ରହିଛି, ସେଗୁଡ଼ିକ ଅତି କ୍ଷୁଦ୍ର, ଯାହାକି ଜରୁରୀ ସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ନୁହେଁ।
ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଚାରିପଟେ ସର୍ବନିମ୍ନ ୬ ମିଟର ଚଉଡ଼ାର ରାସ୍ତା ରହିବାର ନିୟମ ରହିଛି।
ଫଳରେ ଅଗ୍ନିଶମ ଗାଡ଼ିଗୁଡ଼ିକ ସହଜରେ ଚାରିପଟେ ବୁଲି ଜରୁରିକାଳୀନ ପରିସ୍ଥିତିର ମୁକାବିଲା କରିପାରିବ।
ହେଲେ ଅନେକ ସ୍ଥାନରେ ଚାରିପଟେ ରାସ୍ତା ନାହିଁ।
ଅଧିକାଂଶ ସ୍ଥାନରେ ଏହା ୫ଫୁଟ ଭିତରେ ରହିଛି।
ମୁଖ୍ୟ ଦ୍ୱାରକୁ ୫ ମିଟର ଚଉଡ଼ା ରଖିବା ପାଇଁ ନିୟମ ରହିଛି।
ହେଲେ ମୁଖ୍ୟ ଦ୍ୱାରକୁ ବନ୍ଦ କରି ଭାଗ ଭାଗ କରି ଦିଆଯାଇଛି।
ଶିଡ଼ିଗୁଡ଼ିକୁ ଅତି କମ୍ରେ ଦେଢ଼ ମିଟର ଚଉଡ଼ା ରଖିବା ଦରକାର ଥିବା ବେଳେ କେତେକ ସ୍ଥାନରେ ଏହି ନିୟମକୁ ଉଲ୍ଲଂଘନ କରାଯାଇଛି।
କୌଣସି ପ୍ରକାରର ଅଗ୍ନିକାଣ୍ଡ ଘଟିଲେ ସେଣ୍ଟ୍ରାଲ୍ ଏସିଗୁଡ଼ିକ ସ୍ୱତଃଫୂର୍ତ୍ତ ଭାବେ ବନ୍ଦ ହୋଇଯିବା ବ୍ୟବସ୍ଥା ରଖିବାକୁ ନିୟମ ରହିଛି।
ନିଆଁ ଲାଗିବା କ୍ଷଣି ଏସି ବନ୍ଦ ହୋଇଯିବ।
ଫଳରେ ନିଆଁ ଚାରିଆଡ଼କୁ ସହଜରେ ବ୍ୟାପି ପାରିବନି।
ହେଲେ ଅଧିକାଂଶ ଅନୁଷ୍ଠାନ ଏହି ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛନ୍ତି।
ବେସ୍ମେଣ୍ଟ ନିୟମକୁ ଫୁନିୟମ ଅନୁଯାୟୀ ବେସ୍ମେଣ୍ଟଗୁଡ଼ିକୁ ବିଶେଷ କରି ପାର୍କିଂ ପାଇଁ ବ୍ୟବହାର କରାଯାଇଥାଏ।
ବେସ୍ମେଣ୍ଟରେ କୌଣସି ପ୍ରକାର ଉତ୍ସବ ପାଇଁ ଅନୁମତି ମିଳି ନଥାଏ।
ଯଦି କେହି ବେସ୍ମେଣ୍ଟକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରେ, ତେବେ ସେଥିପାଇଁ ବିଡିଏ ଓ ବିଏମ୍ସିଠାରୁ ସ୍ୱତନ୍ତ୍ର ଅନୁମତି ନେବା ଆବଶ୍ୟକ।
ହେଲେ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ପକ୍ଷରୁ ବିଡିଏ କିମ୍ବା ବିଏମ୍ସିଠାରୁ କୌଣସି ଅନୁମତି ନିଆଯାଉ ନାହିଁ ବୋଲି ଜଣାପଡ଼ିଛି।
କେତେକ ସ୍ଥାନରେ ବେଆଇନ୍ ଭାବେ ବେସ୍ମେଣ୍ଟକୁ ମଣ୍ଡପ ଭାବେ ମଧ୍ୟ ବ୍ୟବହାର କରାଯାଇଛି।
ବେସ୍ମେଣ୍ଟ ଚାରିପଟେ ବଡ଼ ଦ୍ୱାର ରଖିବା ପାଇଁ ନିୟମ ଥିଲେ ମଧ୍ୟ ତାହା ନାହିଁ।
ଯଦି ସେଠାରେ ଅଗ୍ନିକାଣ୍ଡ ଘଟେ, ତେବେ ଲୋକମାନେ ବାହାରକୁ ବାହାରିବାକୁ ବାଟ ମଧ୍ୟ ନାହିଁ।
ୟୁନିଟ୍ ୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡରାଜଧାନୀର ବ୍ୟବସାୟ ପେଣ୍ଠସ୍ଥଳୀ ହେଉଛି ମାର୍କେଟ ବିଲ୍ଡିଂ ଓ ୟୁନିଟ୍ ୧ ହାଟ।
ହଜାର ହଜାର ବ୍ୟବସାୟୀ ଏଇଠି ବ୍ୟବସାୟ କରନ୍ତି।
କିନ୍ତୁ ଏହି ମାର୍କେଟକୁ ଦିନକୁ ଦିନ ଅଗ୍ନିକାଣ୍ଡର ଭୟ ମାଡ଼ି ବସୁଛି।
ଚଳିତ ବର୍ଷ ୟୁନିଟ ୧ ହାଟ ଓ ମାର୍କେଟ ବିଲ୍ଡିଂରେ ୮ ଥରରୁ ଅଧିକ ଛୋଟବଡ଼ ଅଗ୍ନିକାଣ୍ଡ ଘଟିଲାଣି।
ଜାନୁଆରି ମାସରେ ୟୁନିଟ୍ ୧ ହାଟରେ ଅଗ୍ନିକାଣ୍ଡ ଘଟି ୨୫ଟି ଦୋକାନ ପୋଡ଼ି ଯାଇଥିଲା।
ସେହିଭଳି ଜୁଲାଇ ମାସରେ ମାର୍କେଟ୍ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟି ୧୦ରୁ ଅଧିକ ଲୁଗା, ଶେରୱାନି ଦୋକାନ ଜଳିଯାଇଥିଲା।
ଏହାବାଦ ବିଭିନ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଚଳିିତ ବର୍ଷ ୨ କୋଟିରୁ ଅଧିକ ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।
ବିପଜ୍ଜନକ ବିଦ୍ୟୁତ୍ ସଂଯୋଗ, ଗୋଟିଏ ଦୋକାନ, ଅନ୍ୟ ଦୋକାନ ମଧ୍ୟରେ ବ୍ୟବଧାନ କମ୍ ଓ ଦୋକାନରେ ଜରି, ପ୍ଲାଷ୍ଟିକ୍ ଭଳି ଦହନଶୀଳ ସାମଗ୍ରୀ ରହିଥିବାରୁ ଅଗ୍ନିକାଣ୍ଡ ବାରମ୍ବାର ଘଟିବା ସହିତ ନିଆଁ ମାଡ଼ି ଯାଉଥିବା ଅଗ୍ନିଶମ ବିଭାଗ କହୁଛି।
ଏହାର ନିରାକରଣ ପାଇଁ ବହୁ ବୈଠକ ହୋଇଛି।
କିନ୍ତୁ ଫଳ କିଛି ମିଳିନାହିଁ।
ଏନେଇ ବିଏମ୍ସି ଡେପୁଟି କମିସନର(ମାର୍କେଟ୍) ପ୍ରିୟଙ୍କା ମଲ୍ଲିକ କହିଛନ୍ତି ଯେ ମାର୍କେଟ ବିଲ୍ଡିଂରେ ଅଗ୍ନି ନିରାପତ୍ତା ପାଇଁ ବିହିତ ପଦକ୍ଷେପ ନିଆଯାଉଛି।
ପ୍ରାଥମିକ ସ୍ତରରେ ପାଣି ଟାଙ୍କି ସ୍ଥାପନ ସହିତ ପାଣି ପାଇପ ସଂଯୋଗ କରାଯିବ।
ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି।
ଇଭି ଗାଡ଼ିକୁ ନିଆଁ ଭୟ Summer heat in the rain: ବର୍ଷାରେ ଗ୍ରୀଷ୍ମ ତାତି: ୩୫ଂ ଉପରେ ୧୨ ସହର, ପାରଳାଖେମୁଣ୍ଡିରେ ୩୭.୬ଂ ନିକଟରେ ରାଜଧାନୀରେ ଏକ ଆପାର୍ଟମେଣ୍ଟ୍ରେ ଅଗ୍ନିକାଣ୍ଡ ଘଟି ଜଣେ କେୟାରଟେକର୍ ଓ ତାଙ୍କ ନାତୁଣୀଙ୍କ ମୃତ୍ୟୁ ଘଟିଥିଲା।
ତେବେ ଏହା ପଛରେ କାରଣ ଥିଲା ଯେ ଉକ୍ତ ଆପାର୍ଟମେଣ୍ଟ୍ରେ ଚାର୍ଜରେ ବସିଥିବା ଇଭି ଗାଡ଼ିଗୁଡିକର ସର୍ଟସର୍କିଟ୍ରୁ ଏହି ଅଘଟଣ ଘଟିଥିଲା।
କେବଳ ସେତିକି ନୁହେଁ, ଭରତପୁର ଥାନା ଅଞ୍ଚଳରେ ଏକ ଇଭିରୁ ନିଆଁ ଲାଗି ଗ୍ୟାରେଜ୍ରେ ଥିବା ପ୍ରାୟ ୧୦ଟି ବାଇକ୍ ଓ କାର ଜଳିଯାଇଥିଲା।
ପ୍ରାୟ ୧୪ଜଣ ଲୋକ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଥିଲେ।
ତେବେ ଏହା ପଛରେ ମଧ୍ୟ ଇଭି ଗାଡ଼ି ହିଁ କାରଣ ବୋଲି ଜଣାପଡ଼ିଥିଲା।
ତେବେ ରାଜଧାନୀରେ ଏଭଳି ବାରମ୍ବାର ଇଭି ଗାଡ଼ିରେ ନିଆଁ ଲାଗିବା ପଛରେ ବାସ୍ତବରେ କ"ଣ କାରଣ ରହୁଛି ତା"ର ତର୍ଜମା ବେଳେ ଏକ ବଡ଼ କଥା ସାମ୍ନାକୁ ଆସିଛି।
ବିଦ୍ୟୁତ୍ ବିଭାଗର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି, ଲୋକେ ଘରୋଇ ବ୍ୟବହାର ପାଇଁ ଘରକୁ ବିଦ୍ୟୁତ୍ ସଂଯୋଗ ନେଇଛନ୍ତି।
ପରେ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍ ଚାଳିତ କାର୍ ଓ ସ୍କୁଟି କିଣୁଛନ୍ତି।
ସେଥିପାଇଁ ବିଦ୍ୟୁତ୍ ବିଭାଗରୁ ଅନୁମତି ଆଣୁନାହାନ୍ତି କିମ୍ବା ସ୍ବତନ୍ତ୍ର ଭାବେ ଵାୟାରିଂ କରି ଗାଡ଼ି ଚାର୍ଜିଂ ପଏଣ୍ଟ ତିଆରି କରାଯାଉ ନାହିଁ।
ଅନେକ କ୍ଷେତ୍ରରେ ନିମ୍ନମାନର ତାର ଓ ଲୋ ଭୋଲଟେଜ୍ କନେକସନ୍ରେ ଚାର୍ଜିଂ ପଏଣ୍ଟ କରାଯାଇଛି।
ଫଳରେ ଅଘଟଣ ଘଟୁଛି।
ବିଦ୍ୟୁତ୍ ଚାଳିତ ଗାଡ଼ି କିଣିବା ସମୟରେ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ଭାବେ ଏକ ନିୟମାବଳୀ ମଧ୍ୟ ଦିଆଯାଇଥାଏ।
ଗାଡ଼ି ଚାର୍ଜିଂ ପାଇଁ କେତେ ଫେଜ୍ର ବିଦ୍ୟୁତ୍ ସଂଯୋଗ ନେବେ ଓ ଵାୟାରିଂ ପାଇଁ କପର ତାରର ମୋଟେଇ କେତେ ରହିବ ତା" ବିସ୍ତୃତ ଭାବେ ରହିଛି।
ମାତ୍ର ସେ ସବୁ ଲୋକେ ଅଣଦେଖା କରୁଛନ୍ତି।
ଫଳରେ ଅଗ୍ନିକାଣ୍ଡ ଘଟୁଛି।
ଏନେଇ କଳ୍ପନା ଫାୟାର୍ ଷ୍ଟେସନ୍ର ଏଏଫ୍ଓ ଜିତେନ୍ଦ୍ର ନାରାୟଣ ଦାଶ କହିଛନ୍ତି, ଅଗ୍ନିକାଣ୍ଡର କାରଣ ଜାଣିବା ଆମପକ୍ଷରେ ସମ୍ଭବ ନୁହେଁ।
ନିଆଁ ଲାଗିଲେ ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରୁଛୁ।
ସେହିଭଳି ଆମେ ବିଭିନ୍ନ ଆବାସିକ କୋଠା ଓ ଆପାର୍ଟମେଣ୍ଟ୍ରେ ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ଵାଟର୍ ସ୍ପ୍ରିଙ୍କଲର୍ ବ୍ୟବସ୍ଥା କରିବାକୁ କହୁଛୁ।
ଏହା ସହିତ ଅନେକ ସମୟରେ ବୁଲି ବୁଲି ସଚେତନ ବି କରୁଛୁ।
ସ୍ପ୍ରିଙ୍କଲର୍ ବ୍ୟବହାର ହେଲେ ନିଆଁ ଲାଗିବା ମାତ୍ର ପାଣି ଚାରିପଟେ ସ୍ପ୍ରେ ହୋଇ ପଡ଼ିବ।
ଫଳରେ ନିଆଁ ଆୟତ୍ତ ହେବ ଓ ଉପର ମହଲାକୁ ବ୍ୟାପିବ ନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।